ସେପ୍ଟମ୍ବର ୨୦ ରୁ ଆରମ୍ଭ ହେବ ମହିଳା ଆକ୍ରୋଶ ଯାତ୍ରା

(ଆଦର୍ଶ ରାଉତ) : ଓଡିଶା ରେ ମହିଳା କଂଗ୍ରେସ ‘‘ମହିଳା ଆକ୍ରୋଶ ଯାତ୍ରା’’ ଆରମ୍ବ କରିବା ପାଇଁ ନିଷ୍ପତି ନେଇଛି । ଉଭୟ ବିଜୁ ଜନତା ଦଳ ଓ ବିଜେପି ଶାସନ ଦ୍ୱାରା ମହିଳାମାନେ ପ୍ରତାରିତ ହେବା ସହ ସେମାନଙ୍କ ଉପରେ ଆକ୍ରମଣ ଓ ଅତ୍ୟାଚାର ଯୋଗୁଁ ସମଗ୍ର ରାଜ୍ୟରେ ଏକ ଭୟ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହେବା ସହ ମହିଳା କର୍ମନିଯୁକ୍ତି କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ପ୍ରସ୍ତାବିତ ମହିଳା ଆକ୍ରୋଶ ଯାତ୍ରା ରାଜ୍ୟର ମହିଳାମାନଙ୍କୁ ସଙ୍ଗଠିତ କରି ଏହାର ଦୃଢ ପ୍ରତିବାଦ ରେ ସେପ୍ଟମ୍ବର ୨୦ ରୁ ୩୦ ପର୍ଯ୍ୟନ୍ତ ପ୍ରତ୍ୟେକ ଯାଗାକୁ ଯିବାକୁ ନିଷ୍ପତି ନେଇଛି ।