(ମନିଲ କୁମାର ମହାରଣା): ତାଳଚେରରେ ୨ୟ ପର୍ଯ୍ୟାୟ ଖାଦ୍ୟ ସୁରକ୍ଷା ଯୋଜନା ଆଜି ଉଦଘାଟିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ତାଳଚେର ପଞ୍ଚାୟତ ସମିତି ସଭାଘର ନିକଟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରା ଯାଇଥିଲା । ତାଳଚେର ବ୍ଲକର ୨୧ଟି ପଞ୍ଚାୟତର ୧୮୭ଜଣ ଙ୍କୁ ଓ ମ୍ୟୁନିସିପାଲିଟିର ୮ଜଣଙ୍କୁ ରାସନ କାର୍ଡ,୮୯ ଜଣଙ୍କୁ ବିଜୁ ପକ୍କା ଘର କାର୍ଯ୍ୟାଦେଶ ବଣ୍ଟନ ଏବଂ ୧୪୯ ଜଣ ଭିନ୍ନକ୍ଷମ,ବିଧବା ଓ ଅବିବାହିତା ରହିଥିବା ଝିଅଙ୍କୁ ନୂତନ ଭାବେ ଭତ୍ତା ବଣ୍ଟନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ,ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,ଉପାଧ୍ୟକ୍ଷା ସୁପର୍ଣ୍ଣା ସାହୁ,ତାଳଚେର ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ କ୍ଷ ଏହି କାର୍ୟ୍ୟକ୍ରମକୁ ତାଳଚେର ବିଡ଼ିଓ ନେତ୍ରାନନ୍ଦ ମଲ୍ଲିକ ପରିଚାଳନା କରିଥିଲେ । ତାଳଚେର ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ନାୟକ,ପ୍ରଗତି ସହାୟିକା ସୁଜାତା ପ୍ରିୟଦର୍ଶିନୀ, ସମସ୍ତ ପିଆରଇ ସଦସ୍ୟ,ବ୍ଲକ କର୍ମଚାରୀ ଓ ପଂଚାୟତ କାର୍ୟ୍ୟ ନିର୍ବାହୀ ଅଧିକାରୀମାନେ ଏଥିରେ ସହଯୋଗ କରିଥିଲେ ।
.