ଅଙ୍କୁରା ଗ୍ରାମରେ ନକଲି ଶ୍ରମିକ ଅଫିସର ଗିରଫ

(ବିଜୟ କୁମାର କାଉରିଆ): କେନ୍ଦୁଝରଜିଲ୍ଲାର ପାଟଣା ଥାନା ଅନ୍ତର୍ଗତ ଅଙ୍କୁରା ଗ୍ରାମରେ ନିଜକୁ ଜଣେ ଶ୍ରମିକ ଅଫିସର କହୁଥିବା ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । । ସୂଚନା ଅନୁଯାଇ କାଲି ସଂଧ୍ୟାରେ ଜଣେ ବ୍ୟକ୍ତ ନିଜକୁ ଶ୍ରମିକ ଅଫିସର କହି ଅଙ୍କୁରା ଗ୍ରାମରେ ପୁରୁଷ ମହିଳାଙ୍କୁ ଏକାଠି କରି ଶ୍ରମିକ କାର୍ଡ କରି ଦେବା ପାଇଁ ଆଲୋଚନା କରି ଥିବା ସମୟରେ ଗ୍ରାମର କିଛି ଲୋକ ଏଭଳି ଦେଖି ଶ୍ରମିକ ଅଫିସରଙ୍କ ପରିଚୟ ପତ୍ର ମାଗି ଥିଲେ।ଏନେଇ ଶ୍ରମିକ ଅଫିସ କୌଣସି ଉତ୍ତର ନ ଦେଇ ଏପଟ ସେପଟ କହିବାରୁ ଗ୍ରମାବାସୀମାନେ ଶ୍ରମିକ ଅଫିସରକୁ ଅଟକ ରଖି ପାଟଣା ଥାନା ପୋଲିସକୁ ଖବର ଦେଇଥିଲେ। ପାଟଣା ପୋଲିସ ପହଞ୍ଚି ଶ୍ରମିକ ଅଫିସକୁ ଥାନାକୁ ଆଣି ପଚାରା ଉଚାରା କରିବାରୁ ନିଜର ପରିଚୟ ବିଭୁତି ପାତ୍ର, ଘର-ତେଲକୋଇ, ଥାନା-ସିମୁଳିପାଳ ବୋଲି ଜଣାପଡ଼ିଛି । ଏପରି କାର୍ୟ୍ୟ ଆଠମାସ ଧରି କରିଆସୁ ଥିବାବେଳେ ଭାଲିଆଡାଳ ଓ ଟାଙ୍ଗରପଡା ଗ୍ରାମର ଆଠଜଣଙ୍କ ପାଖରୁ ହଜାର ହଜାର ଟଙ୍କା ଲୁଟି ଛନ୍ତି । କେନ୍ଦୁଝର ଶ୍ରମିକ ଅଫିସର ସଂଜୟ ଦାସ ନାମଙ୍କ ବ୍ୟକ୍ତି ପାଇ କାମ କରିଆସୁ ଥିବା ସେ ନିଜେ ପ୍ରକାଶ କରିଛି। ଏହା ନେଇ ଭାଲିଆଡାଳ ର ଚୈଧୁରୀ ନାଏକ,ଟାଙ୍ଗରପଡା ରଙ୍ଗବତୀ ନାଏକ ଏବଂ ଶ୍ରମିକ କାର୍ଡ କରି ଦେବା ଆଶା ରେ ଟଙ୍କା ଦେଇ ଥିବା ଲୋକମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପାଟଣା ଅତିରିକ୍ତ ଥାନା ଅଧିକାରୀ ବୈଲୋଚନ ସିଂକୁ ପଚାରିବାରୁ ସେ କହିଛନ୍ତି ବିଭୁତି ପାତ୍ରଙ୍କ ପାଖରୁ କିଛି ଶ୍ରମିକ କାର୍ଡ ଓ ଗୋଟିଏ ଲାପଟପ, ଗୋଟିଏ ମୋବାଇଲି ଫେନ ଜବତ ହୋଇଛି । ଆ.ପି.ସି ଧାରା କେଶ୍ ନଂ ୧୪୬ /୧୮,୪୧୯,୪୨୦,୬୬୮,୪୭୦ଠକେଇ ଅଭିଯୋଗରେ ପାତ୍ରଙ୍କୁ ଦଣ୍ଡ ଯୁକ୍ତ,ଓ ଫରଜରି ବା ଜାଲିଆତି ଦଫା ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ପ୍ରକାଶ କରିଛନ୍ତି। ।