(ସୌମ୍ୟ ରଞ୍ଜନ ସେଠୀ ) : ଝାରସୁଗୁଡା ରେ ବିମାନବନ୍ଦର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧୯ ଏକର ଜମି ଯୋଗାଇ ଦିଆଯାଇଥିବା ବେଳେ ୭୫ କୋଟି ଟଙ୍କାର ଆର୍ଥିକ ଅନୁଦାନ ଦିଆଯାଇଥିଲା, ବିମାନବନ୍ଦରର ସମସ୍ତ କାମ ଶେଷ ହୋଇଛି । ଏହା କାର୍ଯ୍ୟକ୍ଷମ ହେବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି ବୋଲି ସୁଚନା ଦେଇଛନ୍ତି ମୂଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ । ଏହାର ସୁରକ୍ଷା ପାଇଁ ୪୩ ଜଣ ପୋଲିସ ନିୟୋଜିତ ହୋଇଛନ୍ତି । ସେହିପରି ଅଗ୍ନିଶମ କର୍ମଚାରୀ ଓ ଅନ୍ୟ ସହାୟକ କର୍ମଚାରୀ ମଧ୍ୟ ଯୋଗାଇ ଦିଆଯାଇଥିବାର ସୁଚନା ଦେଇଛନ୍ତି ।