(ରିପୋଟର୍ସ ଟୁଡେ, ଭୁବନେଶ୍ୱର): ‘ଆଲିବାବା’ ଗ୍ରୁପର ଚେୟାରମ୍ୟାନ ଜ୍ୟାକ ମା ନିଜ କମ୍ପାନୀରୁ ଅବସର ନେଇଛନ୍ତି । ନିଜର ୫୫ ତମ ଜନ୍ମଦିନ ଅବସରରେ ଚୀନର ହଙ୍ଗଜୌଓ ସହରରେ ଥିବା ଅଲିମ୍ପିକ୍ ସ୍ପୋର୍ଟସ ଷ୍ଟାଡିଅମରେ ପ୍ରାୟ ୮୦ ହଜାର ଲୋକଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ନିଜ ଅବସର ଘୋଷଣା କରିଛନ୍ତି । ତାଙ୍କ ପରେ ଏବେ ଡାନିଏଲ ଝାଙ୍ଗଙ୍କୁ କମ୍ପାନୀର ନୂତନ ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି ।
୪୬୦ ଆରବ ଡଲାରର କମ୍ପାନୀ ‘ଆଲିବାବା’ ଗ୍ରୁପର ଚେୟାରମ୍ୟାନ ଜ୍ୟାକ, ମାଇକ୍ରୋସଫ୍ଟର ଚେୟାରମ୍ୟାନ ବିଲ୍ ଗେଟସ୍ଙ୍କ ଦ୍ୱାରା ପ୍ରଭାବିତ ହୋଇ ତାଙ୍କ ପରି ଅବସର ନେବାକୁ ଚାହୁଁଥିଲେ । ୧୯୯୯ ମସିହାରେ ଜ୍ୟାକ ‘ଆଲିବାବା’ର ପ୍ରତିଷ୍ଠା କରିଥିଲେ । କମ୍ପାନୀକୁ ୧୮ ଜଣ ଲୋକଙ୍କ ସହ ହଙ୍ଗଜୋ ସହରର ଏକ ଆପାର୍ଟମେଣ୍ଟରେ ୬୦ ହଜାର ଡଲାର ପୁଞ୍ଜିରେ ଆରମ୍ଭ କରିଥିଲେ ।୨୦ ବର୍ଷ ମଧ୍ୟରେ କମ୍ପାନୀର ସ୍ଥାୟୀ କର୍ମଚାରୀଙ୍କ ସଂଖ୍ୟା ୬୬ ହଜାରରେ ପହଞ୍ଚିଛି । ଏବଂ ପ୍ରତି ମାସରେ ପ୍ରାୟ ୭.୫ କୋଟି ଲୋକ ଆଲିବାବାରୁ ଜିନିଷ କିଣିଥାନ୍ତି । ଚୀନ ଛଡା ଅଲିବାବ ଭାରତ ସହିତ ସାରା ବିଶ୍ୱର ଅନେକ ସ୍ଥାନରେ କାର୍ୟ୍ୟଳୟ ରହିଛି । ଭାରତରେ ଏହି କମ୍ପାନୀକୁ ଅଧିକାଂଶ ଲୋକେ ୟୁସି ବ୍ରାଉଜର ଏବଂ ୟୁସି ନ୍ୟୁଜ ଭାବେ ଜାଣିଛନ୍ତି ।