ବିଜୟ ଦ୍ୱାର ଦେଶରେ ଭାରତ

( ନଟିଂହାମ) : ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦୁଇଟି ଟେଷ୍ଟ ପରାଜିତ ହୋଇଥିବା ଭାରତ ତୃତୀୟ ମ୍ୟାଚ ରେ ବିଜୟ ଲାଭ କରିବା ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି । ୫୨୧ ରନ୍‍ ବିଜୟଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ମଙ୍ଗଳବାର ୪ର୍ଥ ଦିନ ଶେଷରେ ୯ ୱିକେଟ ହରାଇ ୩୧୧ ରନ୍‍ କରିଛି। ଯଦି ଆଜି ପୂରା ଦିନ ବର୍ଷା ଯୋଗୁଁ ବାତିଲ ନହୁଏ ତେବେ ଭାରତକୁ ବିଜୟରୁ କେହି ରୋକିପାରିବେ ନାହିଁ। ଯଶପ୍ରୀତ ବୁମ୍ରାଏ ୫ଟି ୱିକେଟ ନେଇ ଭାରତକୁ ବିଜୟ ଦ୍ୱାରରେ ପହଞ୍ଚାଇଛନ୍ତି।

ପ୍ରଥମ ଇନିଂସ୍‌ରେ ଭାରତୀୟ ବୋଲର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଯାଦୁ ଚାଲିଥିବା ବେଳେ ଗତକାଲି ଚକ୍‌ମା ଦେଇଥିଲେ ଯଶପ୍ରୀତ୍‌ ବୁମ୍‌ରା। ସେ ୫ଟି ୱିକେଟ୍‌ ନେଇ ବିପକ୍ଷ ଟିମ୍‌କୁ ଧରାଶୟୀ କରି ଦେଇଥିଲେ। ଗୋଟିଏ ସମୟରେ ଲାଗୁଥିଲା ଇଂଲଣ୍ଡ ଏହି ମ୍ୟାଚ୍‌ ବି ଛଡ଼ାଇ ନେବ। କାରଣ ବେନ୍ ଷ୍ଟୋକ୍ସ ଓ ଜୋସ୍ ବଟ୍‌ଲର୍‌ ଭଲ ବ୍ୟାଟିଂ କରୁଥିଲେ। ତେବେ ଷ୍ଟୋକ୍ସଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଆଉଟ୍ କରିଥିବା ବେଳେ ବଟ୍‌ଲର୍‌ଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଥିଲେ ବୁମ୍‌ରା ।

ଷ୍ଟୋକ୍ସ ୬୨ ରନ୍ କରି ଆଉଟ୍ ହୋଇଥିବା ବେଳେ ବଟ୍‌ଲର୍‌ ୧୦୬ ରନ୍ କରିଥିଲେ।