( ରିପୋର୍ଟସଟୁଡେ): ପୁଣି ଛତିଶଗଡ଼ର ଦାଦାଗିରି। ମହାନଦୀର ଉପରମୁଣ୍ଡରେ ବନ୍ଦ କଲା ସବୁ ଗେଟ୍। ଫଳରେ ହୀରାକୁଦକୁ ୨ଫୁଟ୍ର ପାଣି କମିଯାଇଛି। ଜଳସ୍ତର କମିଯିବାରୁ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେବା ଆଶଙ୍କା ଦେଖାଦେଇଛି। ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୬.୧୯ ଫୁଟ୍ ଅଛି। ଏନେଇ ହୀରାକୁଦ ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି।