ପ୍ରଥମଥର ଦର୍ଶକଙ୍କ ପାଇଁ କରାଯିବ ଫ୍ୟାନଜୋନ

(ଭୂବନେଶ୍ୱର) : କଲିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଓଡିଶା ପୁରୁଷ ହକି ବିଶ୍ୱ କପରେ ପ୍ରଥମଥର ପାଇଁ ଫ୍ୟାନ ଜୋନର ଆୟୋଜନ କରାଯାଇଛି । ଏହି ଫ୍ୟାନ୍ ଜୋନକୁ ସମସ୍ତ ଟିକେଟ୍ ଧାରୀ ଦର୍ଶକଙ୍କ ପ୍ରବେଶନେଇ ଅନୁମତି ରହିଛିି । ସମସ୍ତେ ଫ୍ୟାନ ଜୋନ ଦେଇ ନିଜ ନିଜ ସିଟକୁ ଯିବେ । ଫ୍ୟାନ୍ ଜୋନରେ ଲାଇଫ୍ ଜୋନ ଲାଇଫ୍ କନସଟ, ଲାଇଫ୍ ବ୍ୟାଣ୍ଡ, ଫୁଡ୍ କୋଡର ବ୍ୟବସ୍ଥା ରହିଛି । ଏହା ସତ୍ୱେ ଯେଉଁ ଖେଳାଳି ମାନେ ପ୍ରାକ୍ଟିସ ପଡିଆରେ ଥିବେ ସେମାନେ ଫ୍ୟାନ ଜୋନକୁ ଯାଇ ସିଧାସଳଖ ଦର୍ଶକଙ୍କ ସହିତ ଦେଖାକରିପାରବେ, ଏହା ସହିତ ଅଟୋଗ୍ରାଫ ଏବଂ ସେଲଫି ନେଇ ପାରିବେ । କଳିଙ୍ଗ ଷ୍ଟାଡିୟମର ୩ ନମ୍ବର ଗେଟ ପାଖରେ ଥିବା ଛୋଟ ପଡିଆକୁ ଫ୍ୟାନ୍ ଜୋନ୍ ହିସାବରେ ବ୍ୟବହାର କରାଯିବ ବୋଲି ସୂଚନା ମିଳିଛି ।