ପୁଣି ନମ୍ବର-୧ ହେଲେ ହ୍ୟାରି ବ୍ରୁକ, ବୁମ୍ରାଙ୍କ ଶୀର୍ଷ ସ୍ଥାନ ବଜାୟ

ଆଇସିସିର ସଦ୍ୟତମ ପୁରୁଷ ଟେଷ୍ଟ ରାଙ୍କିଂରେ ପୁଣିଥରେ ନମ୍ବର-୧ ସ୍ଥାନ ଦଖଲ କରିଛନ୍ତି ଇଂଲଣ୍ଡର ଷ୍ଟାର ବ୍ୟାଟର ହ୍ୟାରି ବ୍ରୁକ। ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଖରାପ ପ୍ରଦର୍ଶନ କରିବା ପରେ ତିନିଟି ସ୍ଥାନ ତଳକୁ ଖସି ଚତୁର୍ଥରେ ପହଞ୍ଚିଛନ୍ତି। ହେଡ୍ ଡାରୱିନ୍ ଟେଷ୍ଟରେ ୨୨ ଓ ୧୭ ରନ୍ କରିଥିଲେ। ଏହି ମ୍ୟାଚ୍‌ରେ ବାଂଲାଦେଶ ୯ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ହରାଇ ଐତିହାସିକ ବିଜୟ ହାସଲ କରିଥିଲା। ଏହାର ପ୍ରଭାବ ଟେଷ୍ଟ ବ୍ୟାଟିଂ ରାଙ୍କିଂର ଶୀର୍ଷ ସ୍ଥାନରେ ମଧ୍ୟ ପଡ଼ିଛି। ବ୍ରୁକ ନମ୍ବର-୧ରେ ଥିବାବେଳେ ଇଂଲଣ୍ଡର ଜୋ ରୁଟ୍ ଦ୍ୱିତୀୟ ଓ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ୍ ତୃତୀୟ ସ୍ଥାନରେ ଅଛନ୍ତି। ଡାରୱିନ୍ ଟେଷ୍ଟରେ ୭୧ ଓ ୪୪ ରନ୍‌ର ଇନିଂସ ଖେଳି ସ୍ମିଥ୍ ଟ୍ରାଭିସ୍ ହେଡ୍‌ଙ୍କୁ ପଛରେ ପକାଇଛନ୍ତି।

May be an image of text that says 'ICC ΜΕΝ'ς TEST BATTING RANKINGS MACHAAO FOR CRICKET..- # UPDATED ON 19TH AUGUST 2026 TEAM +1^ 1 PLAYER ENGLAND +1^ 2 RATING HARRY BROOK ENGLAND +1^ 3 852 JOE ROOT AUSTRALIA 4 840 STEVE SMITH AUSTRALIA 5 833 TRAVIS HEAD SOUTH AFRICA 6 819 TEMBA BAVUMA SRI LANKA 7 O 775 INDIA KAMINDU MENDIS 8 744 SHUBMAN GILL NEW ZEALAND 9 O 743 RACHIN RAVINDRA INDIA 10 740 YASHASVI JAISWAL PAKISTAN 733 BABAR AZAM 716'

ବାଂଲାଦେଶ ଖେଳାଳିଙ୍କୁ ବଡ଼ ଫାଇଦା

ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ବିଜୟ ପରେ ବାଂଲାଦେଶୀ ଖେଳାଳିଙ୍କ ରାଙ୍କିଂରେ ମଧ୍ୟ ବଡ଼ ଉନ୍ନତି ହୋଇଛି। ଅଧିନାୟକ ନଜମୁଲ ହୋସେନ୍ ଶାନ୍ତୋ ୯ଟି ସ୍ଥାନ ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଠ ୨୦ତମ ସ୍ଥାନରେ ପହଞ୍ଚିଛନ୍ତି। ମୋମିନୁଲ ହକ୍ ୫ଟି ସ୍ଥାନ ଉପରକୁ ଉଠି ୩୧ତମ ଏବଂ ଅଷ୍ଟ୍ରେଲିଆର କ୍ୟାମେରନ୍ ଗ୍ରୀନ୍ ୩୦ତମ ସ୍ଥାନରେ ରହିଛନ୍ତି। ତାଙ୍କ ବ୍ୟତୀତ ଶଦମାନ୍ ଇସଲାମ୍ ୫୮ତମ ଓ ମେହଦି ହସନ୍ ମିରାଜ୍ ୫୯ତମ ସ୍ଥାନକୁ ଉଠିଛନ୍ତି। ତାଞ୍ଜିଦ୍ ହସନ୍ ସବୁଠାରୁ ବଡ଼ ଲମ୍ଫ ଦେଇ ୮୪ଟି ସ୍ଥାନ ଉପରକୁ ଉଠି ଯୁଗ୍ମ ୮୮ତମ ସ୍ଥାନରେ ପହଞ୍ଚିଛନ୍ତି। ବୋଲିଂ ରାଙ୍କିଂରେ ମଧ୍ୟ ବାଂଲାଦେଶୀ ବୋଲରଙ୍କୁ ଫାଇଦା ମିଳିଛି। ମେହଦି ହସନ୍ ମିରାଜ୍ ୨୪ତମ ସ୍ଥାନକୁ ଉଠିଥିବାବେଳେ ହସନ୍ ମହମୁଦ୍ ୨୬ଟି ସ୍ଥାନ ଉପରକୁ ଉଠି ୩୮ତମ ସ୍ଥାନ ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ୯ଟି ୱିକେଟ୍ ନେଇ ହସନ୍ ମହମୁଦ୍ ପ୍ଲେୟର ଅଫ୍ ଦ ମ୍ୟାଚ୍ ହୋଇଥିଲେ।

ICC delegation likely to visit Bangladesh for T20 World Cup talks - India  Today

ବୁମ୍ରା ଏବେ ବି ନମ୍ବର ବୋଲର

ଭାରତୀୟ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଶ୍ରୀଲଙ୍କା ବିପକ୍ଷ ଗାଲେ ଟେଷ୍ଟରେ ଖେଳିନଥିଲେ ମଧ୍ୟ ଟେଷ୍ଟ ବୋଲିଂ ରାଙ୍କିଂର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ବର୍ତ୍ତମାନ ରାଙ୍କିଂ ଚକ୍ରରେ ତାଙ୍କ ପ୍ରଭାବଶାଳୀ ପ୍ରଦର୍ଶନ ଯୋଗୁଁ ତାଙ୍କ ନମ୍ବର-୧ ସ୍ଥାନ ଅକ୍ଷୁଣ୍ଣ ରହିଛି। ସେପଟେ ଦିନିକିଆ ରାଙ୍କିଂରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇଛି। ଆଫଗାନିସ୍ତାନ ଆୟରଲ୍ୟାଣ୍ଡକୁ ୪-୦ରେ ପରାସ୍ତ କରିବା ପରେ ରଶିଦ୍ ଖାନ୍ ନମ୍ବର-୧ ODI ବୋଲର ଭାବେ ନିଜ ସ୍ଥାନ ଆହୁରି ମଜବୁତ କରିଛନ୍ତି। ଏହି ସିରିଜରେ ସେ ୧୨ଟି ୱିକେଟ୍ ନେଇଥିଲେ। ଆଫଗାନିସ୍ତାନର ଆଜମତୁଲ୍ଲା ଓମରଜାଇ ୯ଟି ସ୍ଥାନ ଉପରକୁ ଉଠି ୧୯ତମ ସ୍ଥାନରେ ପହଞ୍ଚିଛନ୍ତି। ଦିନିକିଆ ବ୍ୟାଟିଂ ରାଙ୍କିଂରେ ଆଫଗାନିସ୍ତାନର ସେଦିକୁଲ୍ଲା ଅତଲ୍ ୩୭ଟି ସ୍ଥାନ ଉପରକୁ ଉଠି ୩୩ତମ ସ୍ଥାନ ହାସଲ କରିଛନ୍ତି। ସିରିଜରେ ସେ ୩୧୩ ରନ୍ କରିଥିଲେ।

I Look at My Own Experience: Bumrah