LPG ଠାରୁ PNG କୁ ସିଫ୍ଟ ହେବାକୁ ସରକାରଙ୍କ ପରାମର୍ଶ

ଭୁବନେଶ୍ୱର: ପେଟ୍ରୋଲିୟମ ମନ୍ତ୍ରାଳୟ ଲୋକମାନଙ୍କୁ LPG ଛାଡି PNG ବ୍ୟବହାର କରିବାକୁ ପରାମର୍ଶ ଦେଇଛି। ପ୍ରେସମିଟ୍‌ରେ ପେଟ୍ରୋଲିୟମ ବିଭାଗର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଯେ, ଯେଉଁ ଅଞ୍ଚଳରେ PNG ସୁବିଧା ଉପଲବ୍ଧ ଅଛି ସେଠାରେ ଲୋକମାନେ ଏହାର ସଂଯୋଗ ନେବା ଉଚିତ।

ସେ କହିଥିଲେ, PNG ଦେଶୀ ଉତ୍ପାଦନ ହେବାରୁ ଏହା ବ୍ୟବହାର କରିବା ଭଲ। LPG ସପ୍ଲାଇରେ ସମସ୍ୟା ଦେଖାଯାଉଥିବାରୁ PNG କୁ ବିକଳ୍ପ ଭାବେ ନେବାକୁ ପରାମର୍ଶ ଦିଆଯାଇଛି।

ତଥ୍ୟ ଅନୁଯାୟୀ, ପ୍ରାୟ ୬୦ ଲକ୍ଷ ଉପଭୋକ୍ତାଙ୍କ ପାଖରେ PNG କନେକ୍ସନ ଥିଲେ ମଧ୍ୟ ସେମାନେ ଏବେଭି LPG ବ୍ୟବହାର କରୁଛନ୍ତି। ସରକାର ଏହାକୁ କମେଇବା ପାଇଁ PNG ବ୍ୟବହାର ବଢ଼ାଇବାରେ ଜୋର ଦେଉଛି।