ଭୋଟର ତାଲିକା ସଂଶୋଧନ ପାଇଁ ହୋଇଥିବା ଏସ୍ଆଇଆର୍ ପ୍ରକ୍ରିୟାକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି ନିର୍ବାଚନ କମିଶନ। ଏହି ପ୍ରସଙ୍ଗରେ ବାଦବିବାଦ ଲାଗି ରହିଥିବା ବେଳେ ନିଜ ମତ ରଖିଛନ୍ତି ନିର୍ବାଚନ କମିଶନ। ନିର୍ବାଚନ କମିଶନଙ୍କ କହିଛନ୍ତି,, ଭୋଟର ତାଲିକା ଅପଡେଟ୍ ପାଇଁ ପ୍ରସ୍ତୁତ ଇସିଆଇନେଟ ବ୍ୟବସ୍ଥାରେ ପୁନଃ ସଂଶୋଧନ କରିବାର ପ୍ରାବଧାନ ନାହିଁ। ଯଦି ଇଲେକ୍ଟରାଲ ରେଜିଷ୍ଟ୍ରେସନ ଅଫିସରମାନେ କାହାର ନାଁ କାଟିବାକୁ ଫର୍ମ ୭ରେ ଥରେ କ୍ଲିକ କରି ଦେଉଛନ୍ତି, ତା’ହେଲେ ତାଙ୍କ ନାଁ ଚୂଡ଼ାନ୍ତ ଭୋଟର ତାଲିକାରୁ କଟିଯିବ। ଏହାପରେ ଅଫିସରମାନେ ଚାହିଁଲେ ମଧ୍ୟ ଡିଲିଟି ନିଷ୍ପତ୍ତିକୁ ପୁଣି ପରିବର୍ତ୍ତନ କରିପାରିବେ ନାହିଁ।

ସୂଚନା ଅନୁଯାୟୀ, ଏସ୍ଆଇଆର ବେଳେ ଗୋଆର ୯୭ ଜଣଙ୍କୁ ତାର୍କିକ ଅସଙ୍ଗିତ ବର୍ଗରେ ରଖି ସେମାନଙ୍କ ନାଁକୁ ଭୋଟର ତାଲିକାରୁ କାଟି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସେମାନେ ଯୋଗ୍ୟ ଭୋଟର ବୋଲି ଜଣାପଡ଼ିଥିଲା। ଯାହାକୁ ନେଇ ଦେଖା ଯାଇଥିଲା ବିବାଦ।ତୃଣମୂଳ ସ୍ତରରେ ସର୍ଭେ କରୁଥିବା ଅଧିକାରୀ ୯୭ ଜଣଙ୍କୁ ବୈଧ ଭୋଟର ଭାବେ ଚିହ୍ନଟ କରିଥିଲେ। ସେମାନଙ୍କ ନାଁକୁ ଏସ୍ଆଇଆର ପରେ ଡ୍ରାଫ୍ଟ ଭୋଟର ତାଲିକା ମଧ୍ୟରେ ରଖିଥିଲେ। ଗୋଆର ମୁଖ୍ୟ ନିର୍ବାଚନ ଅଧିକାରୀ ସଞ୍ଜୟ ଗୋଏଲ ଏହି ପ୍ରସଙ୍ଗରେ ୭ ଦିନରେ ୮ଥର ଇ-ମେଲ୍ କରି ସବୁ କଥା ନିର୍ବାଚନ କମିଶନଙ୍କୁ ଜଣାଇଥିଲେ ୱେବସାଇଟରେ ସଂଶୋଧନ କରିବାର ଅଧିକାର ଦେବାକୁ କହିଥିଲେ। କମିଶନଙ୍କ ଡେପୁଟି ନିର୍ବାଚନ କମିଶନର ଆଇଟି ଡିଭିଜନକୁ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ।