କଟକ ସଦର ଅନ୍ତର୍ଗତ କିଶୋରନଗର ଠାରେ ନିର୍ମାଣାଧୀନ ‘ଗଣପତି ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ’ର ଗୃହ ପ୍ରବେଶ ଉତ୍ସବ ଗଣେଶ ପୂଜା ଅବସରରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୂଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ସପତ୍ନୀକ ଯୋଗ ଦେଇଥିବା ବେଳେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ,ପିସିସି ରାଜ୍ୟ ସାଧାରଣ ସମ୍ପାଦକ ହରିଶଙ୍କର ରାଉତ,କଟକ ଜିଲ୍ଲା ବିଜେଡ଼ି ସଭାପତି ପ୍ରଫୁଲ୍ଲ ସିଂହ, କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା,ବିଜେପି ନେତା ସାଧୁ ଚରଣ ଜେନା,ସାମାଜିକ କର୍ମୀ ସୀତାରାମ ପଣ୍ଡା,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମାହାଳି ପ୍ରମୁଖଙ୍କ ସହ ବହୁ ବ୍ୟାକ୍ତି ବିଶେଷ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ହସ୍ପିଟାଲର ନିର୍ଦେଶକ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ ଓ ଇଷ୍ଟ ପଏଣ୍ଟ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ସୁବୋଧ ବେହେରା ଉତ୍ସବ ପରିଚାଳନା କରିଥିଲେ।ଖୁବ ଶୀଘ୍ର ଏହି ହସ୍ପିଟାଲର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ନିର୍ଦ୍ଦେଶକ ଶ୍ରୀ ମଲ୍ଲିକ କହିଛନ୍ତି।