(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ମୁମ୍ବାଇ : ଗତକାଲି ସଂନ୍ଧ୍ୟା ୭.୩୦ରେ ମୁମ୍ବାଇର ଛତ୍ରପତି ଶିବାଜୀ ଟର୍ମିନସ୍ ରେଳଷ୍ଟେସନର ୧ ନଂ ପ୍ଲାଟଫର୍ମକୁ ସଂଯୋଗ କରୁଥିବା ଏକ ଫୁଟ୍ ଓଭରବ୍ରିଜ୍ ଭୁଶୁଡ଼ି ପଡ଼ିଛି । ସଂଯୋଗକାରୀ ଫୁଟଓଭର ବ୍ରିଜ ଭୁଷୁଡିବା ଘଟଣାରେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି। ଆହତ ୩୦ ଜଣ ବ୍ୟକ୍ତିମାନଙ୍କର ଚିକିତ୍ସା ସେଣ୍ଟ ଜର୍ଜ ହସ୍ପିଟାଲ ଏବଂ ଜିଟି ହସ୍ପିଟାଲରେ ଜାରି ରହିଛି । ଅପୂର୍ବ ପ୍ରଭୁ (୩୫), ରଂଜନା ଥାମ୍ବେ (୪୦), ଜାହୀଦ ଶିରାଜ ଖାନ (୩୨), ସାରିକା କୁଲକର୍ଣ୍ଣି (୩୫), ତପେନ୍ଦ୍ର ସିଂହ (୩୫) ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଏବଂ ଅନ୍ୟ ଜଣଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଏନ୍ଡିଆର୍ଏଫର ଏକ ଦଳ ପହଞ୍ଚି ଉଦ୍ଧାର କରିଥିଲେ ।
ଫୁଟଓଭର ଭୁଶୁଡ଼ିବାରୁ ଏହା ତଳେ ଥିବା ଅନେକ ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଫ୍ଲାଏଓଭର ଭୁଶୁଡ଼ିବା ଘଟଣାରେ ରେଲବାଇ ଓ ବିଏମସି ତଦନ୍ତ କରି ରିପୋର୍ଟ ପ୍ରଦାନ କରିବେ ବୋଲି ମନ୍ତ୍ରୀ ବିନୋଦ ତାୱଡେ କହିଛନ୍ତି। ଏହା ସୁରକ୍ଷିତ ଅବସ୍ଥାରେ ଥିବା ବେଳେ କିପରି ଭୁଶୁଡ଼ିଲା ତାର ତଦନ୍ତ କରିବେ ରେଳବାଇ ଓ ବିଏମସି। ମୃତକଙ୍କ ପରିବାରକୁ ପାଞ୍ଚଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ।