ଜେଟ ଏୟାରେଓ୍ଵଜ ବୋର୍ଡର ବୈଠକ

(ରିପୋର୍ଟସ ଟୁଡ଼େ)ନୂଆଦିଲ୍ଲୀ: ଆଜି ଜେଟ ଏୟାରେଓ୍ଵଜ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ଏବଂ ବୈଠକରେ ରିଜ୍ୟୁଲେଶନ ପ୍ଲାନ ଅନୁଯାୟୀ ଜେଟ ଏୟାରେଓ୍ଵଜ୍କୁ ପରିଚାଳନା କରିବା ଏହାର କାମକୁ ଦେଖିବା ପାଇଁ ଅନ୍ତରୀଣ ପରିଚାଳନା କମିଟି ଗଠନ ହୋଇପାରେ।
ଅନ୍ତରୀଣ ପରିଚାଳନା କମିଟି ଗଠନ ଏବଂ ଗୁରୁତ୍ୱପୂର୍ଣ୍ଣ ଘୋଷଣା ଏହି ସପ୍ତାହରେ ହୋଇପାରେ। ସୂତ୍ର ଅନୁସାରେ ବ୍ୟାଙ୍କ ସମୂହ ପକ୍ଷରୁ ଇଣ୍ଡିପେଣ୍ଡେଣ୍ଟ ବୋର୍ଡ ମେମ୍ବର ପାଇଁ ପୂର୍ବତନ ଏସବିଆଇ ଚେୟାରମ୍ୟାନ ଏକେ ପୁରଓ୍ଵାରଙ୍କ ନାମ ଚର୍ଚ୍ଚାକୁ ଆସୁଛି। ତାଙ୍କ ବ୍ୟତୀତ ପୂର୍ବତନ ଜେଟ୍ ବୋର୍ଡ ସଦସ୍ୟ ଶ୍ରୀନିବାସନ ବିଶ୍ୱନାଥନ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଅନ୍ୟ ଜଣେ ଅଧିକାରୀଙ୍କ ନାମ ମଧ୍ୟ ଇଣ୍ଡିପେଣ୍ଡେଣ୍ଟ ବୋର୍ଡ ସଦସ୍ୟ ଦୌଡ଼ରେ ଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି।