ବଢିଲା ସୁନାପ୍ରେମୀଙ୍କ ଟେନସନ୍
ପାଖଉଛି ପାର୍ବଣ ବଢୁଛି ସୁନା ଦର
ପାର୍ବଣ ଋତୁରେ ସୁନାର ବେଶ୍ ଚାହିଦା ରହିଥାଏ । ଆଗକୁ ଧନତେରାସ ଆସୁଛି ହେଲେ ସୁନା ଦରରେ ସେତେଟା ହ୍ରାସ ଦେଖିବାକୁ ମିଳୁନି । ଏହି ସମୟରେ ସୁନା କିଣିବାକୁ ଲୋକଙ୍କ ମଧ୍ୟରେ ଉତ୍ସାହ ବଢିଥାଏ କିନ୍ତୁ ଆଜିକାଲି ସୁନା ରେଟ୍ ଯାହା ହେଲାଣି କିଣିବା ତ ଦୂରର କଥା ସ୍ବପ୍ନ ରେ ଭାବିଲେ ମଧ୍ୟ ଚିନ୍ତା ବଢିଯାଉଛି । 2026 ଆରମ୍ଭରୁ ସୁନା ଦରରେ ଅହେତୁକ ବୃଦ୍ଧି ଘଟୁଛି ।ତେବେ 24 କ୍ୟାରେଟ ସୁନା ଦର ଦେଢ ଲକ୍ଷ ଉପରେ ରହିଥିବା ବେଳେ ,22 କ୍ୟାରେଟ ସୁନା ମଧ୍ୟ ଦେଢ ଲକ୍ଷ ପାଖାପାଖି ରହିଛି । ସୁନା ପିନ୍ଧିବା ଏବେ ସମ୍ପୂର୍ଣ ଭାବେ ସ୍ୱପ୍ନ ପାଲଟିଗଲାଣି । ବେଶ୍ କିଛିଦିନ ହୋଇଯିବ ଲଗାତାର ସୁନା ଦର ରେ ବୃଦ୍ଧି ପାଉଛି । ଆଜି ମଧ୍ୟ ସୁନା ଦରରେ ବଡ ଧରଣର ପରିବର୍ତ୍ତନ ଘଟିଛି । 22 କ୍ୟାରେଟ ସୁନା ମୂଲ୍ୟ 1 ଗ୍ରାମ ପିଛା 130 ଟଙ୍କା ବୃଦ୍ଧି ପାଇ 14285 ଟଙ୍କା ଦର ରହିଛି । ସେହିପରି 24 କ୍ୟାରେଟ ସୁନା ମୂଲ୍ୟ 1 ଗ୍ରାମ ପିଛା 142 ଟଙ୍କା ବୃଦ୍ଧି ପାଇ 15584 ଟଙ୍କା ରହିଛି । ମୋଟାମୋଟି ଭାବେ ଦେଖିବାକୁ ଗଲେ 22 କ୍ୟାରେଟ ସୁନା ମୂଲ୍ୟ 10 ଗ୍ରାମକୁ 1 ଲକ୍ଷ 42 ହଜାର 850 ଟଙ୍କା ରହିଛି ଏବଂ 24 କ୍ୟାରେଟ ସୁନା ମୂଲ୍ୟ 10 ଗ୍ରାମକୁ 1 ଲକ୍ଷ 55 ହଜାର 840 ଟଙ୍କା ରହିଛି । ସେହିପରି ରୁପା ମୂଲ୍ୟ ମଧ୍ୟ ଆକାଶଛୁାଁଆ ହେଲାଣି । ସୁନା ପରେ ଏବେ ରୁପା ପିନ୍ଧିବା ମଧ୍ୟ ଲୋକଙ୍କ ପାଇଁ ସ୍ୱପ୍ନ ପାଲଟିଗଲାଣି । ବର୍ତ୍ତମାନ ରୁପା କେଜି 2 ଲକ୍ଷ 60 ହଜାର ରେ ପହଂଚିଛି ।
ଆଗକୁ ବିବାହର ଋତୁ ଆସୁଥିବା ବେଳେ ଏହି ସମୟରେ ସୁନାର ବେଶ୍ ଚାହିଦା ରହିଥାଏ କିନ୍ତୁ ଅହେତୁକ ଦରବୃଦ୍ଧି ଏବେ ସୁନାପ୍ରେମୀଙ୍କୁ ଚିନ୍ତାରେ ପକାଇଛି , ଯାହାକି ଏକ ଚିନ୍ତାର ବିଷୟ ପାଲଟିଛି ।