ସୁଜିତ କୁମାର ରାଉଳ ଗିରଫ, ପୁଲିସ ସ୍କାନର୍‌ରେ ଜେଲ୍ ଡିଜି ସୁଶାନ୍ତ ନାଥ

ଚୌଦ୍ବାର ସର୍କଲ ଜେଲ୍‌ର ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ଗିରଫ। ଜେଲ୍‌ ମିନିଟ୍‌ ବୁକ୍‌ ଓ ଗେଟ୍‌ର ପ୍ରବେଶ-ପ୍ରସ୍ଥାନ ରେଜିଷ୍ଟରରେ ଜାଲିଆତି ଅଭିଯୋଗରେ ଚୌଦ୍ବାର ଥାନା ପୁଲିସ ତାଙ୍କୁ ଗିରଫ କରିଛି। ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ଭୁବନେଶ୍ୱର ସହିଦନଗରସ୍ଥିତ ବାସଭବନରୁ ୧୦ ଜଣିଆ ପୁଲିସ ଟିମ୍‌ ତାଙ୍କୁ ଧରିଥିଲା। ଗିରଫ ସମୟରେ ପୁଲିସ ସହ ମୁହାଁମୁହିଁ ସ୍ଥିତି ମଧ୍ୟ ସୃଷ୍ଟି ହୋଇଥିବା ଜଣାପଡ଼ିଛି।

Choudwar Jail escapee arrested from Rishikesh after 6 months - Prameya News

୨୦୨୫ ଅକ୍ଟୋବର ୩ରେ ଚୌଦ୍ବାର ଜେଲ୍‌ରୁ ଦୁଇ ବିହାରୀ କଏଦୀ ଫେରାର ହେବା ଘଟଣା ପରେ ଶ୍ରୀ ରାଉଳଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିଥିଲା। ଜେଲ୍‌ର ଗେଟ୍‌ ରେଜିଷ୍ଟର ଓ ମିନିଟ୍‌ ବୁକ୍‌ରେ ତଥ୍ୟ ଜାଲିଆତି ହୋଇଥିବା ଅଭିଯୋଗରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଅଭିଯୋଗ କରିଛି ଯେ, ଅକ୍ଟୋବର ୧ରୁ ୩ ତାରିଖ ମଧ୍ୟରେ ଶ୍ରୀ ରାଉଳ ଜେଲ୍‌ରେ ଲଗାତାର ଡ୍ୟୁଟି କରିଥିବା ରେକର୍ଡ ଥିଲେ ମଧ୍ୟ ସିସିଟିଭି ଫୁଟେଜ୍‌ରେ ତାହା ସହ ଅସଙ୍ଗତି ଦେଖାଯାଇଥିଲା। ଏପରିକି ମିନିଟ୍‌ ବୁକ୍‌ରେ ଦାୟିତ୍ୱ ହସ୍ତାନ୍ତର ସମ୍ପର୍କିତ ଦସ୍ତଖତ ଜାଲିଆତି ହୋଇଥିବା ମଧ୍ୟ ଅଭିଯୋଗ ରହିଛି। ଏହି ମାମଲାରେ ପୁଲିସ ତାଙ୍କୁ ବାରମ୍ବାର ମିନିଟ୍‌ ବୁକ୍‌ ଦାଖଲ କରିବାକୁ କହିଥିଲେ ମଧ୍ୟ ସେ ଦାଖଲ କରିନଥିବା ଅଭିଯୋଗ ହୋଇଛି। ପରେ ମିନିଟ୍‌ ବୁକ୍‌ ନିଖୋଜ ଥିବା ନେଇ ସେ ନିଜେ ଥାନାରେ ଏତଲା ଦେଇଥିଲେ।

Choudwar Jail Superintendent Arrested Over Escape of Two Inmates -  Pragativadi I Latest Odisha News in English I Breaking News

ଅନ୍ୟପଟେ, ଏହି ଘଟଣାରେ ଜେଲ୍‌ ଡିଜି ସୁଶାନ୍ତ କୁମାର ନାଥଙ୍କ ବିରୋଧରେ ମଧ୍ୟ ରାଜ୍ୟସଭା ସାଂସଦ ସୁଜିତ କୁମାର ଚୌଦ୍ବାର ଥାନାରେ ଅଭିଯୋଗ କରିଛନ୍ତି। ଫଳରେ ଜେଲ୍‌ ଡିଜି ମଧ୍ୟ ପୁଲିସ ତଦନ୍ତର ପରିସରରେ ଥିବା ଜଣାପଡ଼ିଛି। ଏବେ ସୁଜିତ କୁମାର ରାଉଳଙ୍କ ଗିରଫ ପରେ ଚୌଦ୍ବାର ଜେଲ୍‌ରୁ କଏଦୀ ଫେରାର ଘଟଣାର ତଦନ୍ତ କେଉଁ ମୋଡ଼ ନେଉଛି, ତା’ ଉପରେ ନଜର।

Susanta Kumar Nath IPS: Transforming Prisons with Vision| Bharat Aawaz -  The Voice Of India! News, Updates, Politics and More!