ବିଜେପି ପକ୍ଷରୁ ଶତାଧୀକ କର୍ମି ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଘେରାଉ

(ପ୍ରଶାନ୍ତ କୁମାର ସ୍ୱାଇଁ ) ବେକାରୀ ଯୁବକ ଯୁବତୀ ନିଯୁକ୍ତି ଦାବିରେ ପାରାଦୀପ ନିୟୋଜନ କାର୍ଯ୍ୟାଳୟ ସମୁଖରେ ବିଜେପି ପକ୍ଷରୁ ବିକ୍ଷୋପ ପ୍ରଦର୍ଶନ । ରାଜ୍ୟରେ ବେକାର ଥିବା ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଦେବା ପରିବର୍ତେ ସେମାନଙ୍କୁ ବିଜ ଯୁବ ବାହିନୀରେ ଭର୍ତି କରିବା ନେଇ ଘୋର ବିରୋଧ କରିଛି ପାରାଦୀପ ବିଜେପି । ଅନେକ ସରାକାରୀ କାର୍ଯ୍ୟାଳୟରେ ବିଭିିନ୍ନ ପଦ ଖାଲି ଥିବାବେଳେ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ନଦେବା ନେଇ ରାଜ୍ୟ ସରାକାରଙ୍କ ଉପରେ ବର୍ଷିଥିଲେ ବିଜେପି କର୍ମି । ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚାର ସଭାପତିଙ୍କ ନେତୃତ୍ୱରେ ପାରାଦୀପରେ ଥିବା ନିୟୋଜନ କାର୍ଯ୍ୟାଳୟ ସମୁଖରେ ତାଲା ବନ୍ଦ ପ୍ରତିବାଦ ସଭା କରିବା ସହ ଯୋର ଯବରଦସ୍ତ ନିୟୋଜନ କାର୍ଯ୍ୟାଳୟରେ ତାଲା ପକାଇଥିଲେ ତେବେ ଏହାକୁ ନେଇ ପାରାଦୀପ ପୋଲିସ ପ୍ରାୟ ଶତାଧିକ ବିଜେପି କର୍ମିଙ୍କୁ ଗିରଫ କରିଥିବା ଦେଖିବାକୁ ମିଳିଛି ।

ତେବେ ଯଦି ସରକାର କର୍ମ ନିଯୁକ୍ତି ଉପରେ ଦୃଷ୍ଟି ନଦିଅନ୍ତି ତେବେ ଏହି ଆନ୍ଦୋଳନ ଏହି ପରି ଜାରି ରହିବବୋଲି ବିଜେପି ପକ୍ଷରୁ କୁହାଯାଇଛି । ତେବେ ଏହାର କିଛି ସମୟ ପରେ କୁଜଂଗ , ଏରସମା ଓ ତିର୍ତୋଲ ବ୍ଲକର ପ୍ରାୟ ଶତାଧୀକ ବିଜେପି କର୍ମିମାନେ ସେହିପରି ଏକା ଢଙ୍ଗରେ ଏକ ପ୍ରତିବାଦ ସଭା କରିବା ସହ ସ୍ଥାନୀୟ ଅଚଂଳରେ ନିଯୁକ୍ତି କୁ ନେଇ ରାଜ୍ୟ ସରକାରଙ୍କ ଉପରେ ବଷୀିଥିଲେ । ତେବେ ପାରାଦୀପ ପୋର୍ଟରେ ଅଧୀନରେ କାମ କରୁଥିବା ପିଆସିଟି କମ୍ପାନୀ ଉପରେ ମଧ୍ୟ ବର୍ଷୀଥିଲେ । ତେର୍ପୋରାଦୀପ ବନ୍ଦରରେ ଦିର୍ଘ ଦିନ ଧରି ପିଆଇସିଟି କମ୍ପାନୀ କାମ କରୁଥିବାବେଳେ ଏଠାକାର ସ୍ଥାନୀୟ ବେକାର ଯୁବକ ଯୁବତୀ ମାନଙ୍କ ଭବିଷ୍ୟତ କଥାକୁ କର୍ଣପାତ କରୁନଥିବା ମଧ୍ୟ ପ୍ରକାଶ କରିଛନ୍ତି ।