କରୋନା ନୂଆ ଷ୍ଟ୍ରେନକୁ ରୋକିବାରେ ସମର୍ଥ ହେଉଛି କୋଭାକ୍ସିନ

ନୂଆଦିଲ୍ଲୀ : ସ୍ୱଦେଶୀ ଟିକାର ସ୍ୱତନ୍ତ୍ରତା । କରୋନା ନୂଆ ଷ୍ଟ୍ରେନ ବିରୋଧରେ ଲଢିବାକୁ ସମର୍ଥ ହୋଇଛି କୋଭାକ୍ସିନ । କୋଭାକ୍ସିନ ନେଇଥିବା ବ୍ୟକ୍ତିଙ୍କ ଶରୀର ରେ କରୋନା ନୂଆ ଷ୍ଟ୍ରେନ ବା ବ୍ରିଟେନ ନୂଆ ଷ୍ଟ୍ରେନର ଆଣ୍ଟିବଡିର ବିକାଶ ହୋଇପାରୁନାହିଁ । ତେଣୁ ଏହା ସ୍ପଷ୍ଟ ହେଉଛି ଯେ ନୂଆ ଷ୍ଟ୍ରେନକୁ ରୋକିବାରେ ସମର୍ଥ ଅଟେ କୋଭାକ୍ସିନ । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚରୁ ଏହା ସ୍ପଷ୍ଟ ହୋଇଛି । ଆଇସିଏମଆର କୋଭାକ୍ସିନ ନେଇଥିବା ବ୍ୟକ୍ତିଙ୍କ ଉପରେ ଗବେଷଣା ପରେ ଏହି ସ୍ପଷ୍ଟୀକରଣ ଦେଇଛି । ଏହାସହ ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ସ୍ୱଦେଶୀ ଟିକାକୁ ଅନୁମତି ଦେଇଛନ୍ତି ଭାରତ ସରକାର ।

 

Edit by Sushree Biswajeeta