ଭୁବନେଶ୍ଵର: ପାଖେଇ ଆସିଲାଣି ଆଲୋକର ପର୍ବ ଦୀପାବଳି। ଗାଁଠୁ ସହର ସମସ୍ତେ ଏହି ପର୍ବ ପାଳିବାକୁ ପ୍ରସ୍ତୁତ ହେଲେଣି। ହେଲେ ଅନ୍ୟ ସବୁ ପର୍ବ ପରି ଦୀପାବଳିକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି। କେବେ ପାଳିବେ ଦୀପାବଳି। ଅକ୍ଟୋବର ୨୦ ତାରିଖ ନା ୨୧ ତାରିଖ। ପୁଣି ଏକ ପର୍ବକୁ ନେଇ ଦେଖାଦେଇଛି ଦ୍ବନ୍ଦ। ରାଧାରମଣ ପ୍ରେସ ପଞ୍ଜିକା ବା ମୁକ୍ତି ମଣ୍ଡପ ସ୍ଵୀକୃତ ପଞ୍ଜିକା ଗୁଡିକରେ ଦୀପାବଳି ବା ପୟା ଶ୍ରାଦ୍ଧ ଅକ୍ଟୋବର ୨୦ ତାରିଖ ଉଲ୍ଲେଖ ରହିଥିବା ବେଳେ ଅନ୍ୟ ପଞ୍ଜିକାରେ ୨୧ ତାରିଖ ଉଲ୍ଲେଖ ରହିଛି ।

୨୦ ତାରିଖ ଦିନ ୩ ଟା ୪୫ ପର ଠାରୁ ପର ଦିନ ଅର୍ଥାତ୍ ଅକ୍ଟୋବର ୨୧ ତାରିଖ ୫ ଟା ୫୪ ପର୍ଯ୍ୟନ୍ତ ଅମାବାସ୍ୟା ରହିଛି । ଯେଉଁମାନେ ମହାଳୟା ଅମାବାସ୍ୟାରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେଇପାରନ୍ତି ନାହିଁ। ସେମାନେ ମହାଳୟା ଅମାବାସ୍ୟା ଦିନ ଶ୍ରାଦ୍ଧ ଦେଇଥାନ୍ତି । ଦିନରେ ମହାଳୟା ଶ୍ରାଦ୍ଧ ପରେ ରାତିରେ ଦୀପ ଦାନ କରିଥାନ୍ତି । କିନ୍ତୁ ୨୦ ତାରିଖରେ ଦିନ ତମାମ ଚତୁର୍ଦ୍ଦଶୀ ରହୁଥିବାରୁ କିଭଳି ସେଦିନ ପୟାଶ୍ରାଦ୍ଧ ହେବ ନେଇ ଉଠିଛି ପ୍ରଶ୍ନ ।