(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇସାରିଛି । ଆଜି ପୋଲିସ କମିଶନରେଟ ପକ୍ଷରୁ ନିର୍ବାଚନ ସମୟରେ ପ୍ରାର୍ଥୀମାନେ କଣ କରିବେ ଓ କଣ ନକରିବେ ସେ ନେଇ ପୋଲିସ କମିଶନରରେଟ ପକ୍ଷରୁ ଆଡ଼ଭାଇଜରି ଦିଆଯାଇଛି।
ଶୋଭାଯାତ୍ରା ପାଇଁ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ଆଗୁଆ ଅନୁମତି ନେବାକୁ ପଡ଼ିବ ।
ନିର୍ବାଚନ ରାଲି କରୁଥିବା ବେଳେ ଦଳ ଯେମିତି ରାସ୍ତାର ଅଧାରୁ ଅଧିକ ସ୍ଥାନ ଅତିଆର କରିବେନି । ଶୋଭାଯାତ୍ରାରେ ୧୦ରୁ ଅଧିକ ତିନି କିମ୍ବା ଚାରି ଚକିଆ ଯାନ ଏକାଠି ଯାଇପାରିବନି । ଯଦି ୧୦ରୁ ଅଧିକ ଗାଡ଼ି ଏକାଠି ହେଲେ ଶହେ ମିଟର ବ୍ୟବଧାନ ରଖିବା ପ୍ରତି ଧ୍ୟାନ ଦେବେ । ଗାଡ଼ିରେ ଲଗାଯାଇଥିବା ଦଳୀୟ ପତାକା ୧ଫୁଟ ମଧ୍ୟରେ ରହିବା ଆବଶ୍ୟକତା ରହିଛି । ପ୍ରାର୍ଥୀଙ୍କ ପ୍ରଚାର ବ୍ୟାନର ୬/୪ଫୁଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।