(ମୁମ୍ବାଇ) : ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସଂଖ୍ୟା ଥମୁନି । ରାଜ୍ୟ ସରକାର କଟକଣା ଲଗାଇବା ସତ୍ତ୍ୱେ ବି ସଂକ୍ରମଣ ୫୦ ହଜାର ତଳକୁ ଖସୁନି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୧,୬୯୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୩୩୯ ଜଣଙ୍କର ମୃତ୍ୟୁ ହୋଇଛି।
ରାଜ୍ୟରେ ଏପର୍ଯ୍ୟନ୍ତ ୩୫,୮୭,୪୭୮ ଆକ୍ରାନ୍ତ ହୋମ କ୍ୱାରେଣ୍ଟିନ୍ରେ ରହିଥିବା ବେଳେ ୨୭,୨୭୩ ଜଣ ସରକାରୀ କ୍ୱାରେଣ୍ଟିନ୍ରେ ରହିଛନ୍ତି। ସେହିପରି ରାଜ୍ୟରେ ୬,୨୦,୦୬୦ ସକ୍ରିୟ ସଂଖ୍ୟା ରହିଛି। କେବଳ ମୁମ୍ବାଇ ସହରେ ଦିନକରେ ୮୨୭୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪୯ ଜଣଙ୍କର ମୃତ୍ୟୁ ହୋଇଛି, ଓ ଆକ୍ଟିଭ୍ କେସ୍ ୮୬ ହଜାର ଅତିକ୍ରମ କରିଛି।