କଟକ: ମୁଣ୍ଡଳୀ ସେତୁ ଉପରେ ରହିଛି ବୁଲେଟ, କିନ୍ତୁ ଚାଳକ ଗାୟବ । କେହି ଜଣେ ବ୍ୟକ୍ତି OD06 A 3598 ନମ୍ବର ଏକ ବୁଲେଟ ଗାଡ଼ି ରଖି ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ନେଇ ସୂଚନା ପ୍ରକାଶ ପାଇଛି। ମହାନଦୀରେ ମାଛ ମାରୁଥିବା ମତ୍ସଜୀବୀ ମାନଙ୍କ କହିବା କଥା କେହି ଉକ୍ତ ବ୍ୟକ୍ତି ଜଣକ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଛି । ଏପର୍ଯ୍ୟନ୍ତ ବୁଲେଟ କାହାର ତାହା ସ୍ପଷ୍ଟ ହୋଇପାରି ନାହିଁ । ଅନ୍ୟପଟେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଖୋଜିବା କାର୍ଯ୍ୟ ଜାରି ରଖିଛି।