୨୦୨୦ – ୨୧ ବଜେଟ: ଆୟୁଷ୍ମାନ ଯୋଜନାରେ ଅଧିକ ହସ୍ପିଟାଲକୁ ସାମିଲ କରାଯିବ

(ରିିପୋର୍ଟସ ଟୁଡ଼େ / ନୂଆଦିଲ୍ଳୀ ): ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ମଜବୁତ କରିବା ପାଇଁ ସାଧାରଣ ବଜେଟରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଫିଟ୍‌ ଇଣ୍ଡିଆ ମୁଭମେଣ୍ଟକୁ ପ୍ରୋତ୍ସାହନା ଦେବା ପାଇଁ ସରକାର ବଜେଟ୍‌ରେ ବଡ଼ ଘୋଷଣା କରିଛନ୍ତି । ଆୟୁଷ୍ମାନ ଯୋଜନାରେ ଅଧିକ ହସ୍ପିଟାଲକୁ ସାମିଲ କରାଯିବ । ଯାହା ଫଳରେ ଟି୨ ଏବଂ ଟି୩ ସହର ଗୁଡ଼ିକୁ ସୁବିଧା ପହଞ୍ଚି ପାରିବ । ଏଥିପାଇଁ ପିପିପି ମଡେଲର ସାହାଯ୍ୟ ନିଆଯିବ । ଯେଉଁଥିରେ ଦୁଇଟି ପର୍ୟ୍ୟାୟରେ ହସ୍ପିଟାଲ ଗୁଡ଼ିକୁ ଏହି ଯୋଜନାରେ ସାମିଲ କରାଯିବ । କେନ୍ଦ୍ର ସରକାଙ୍କ ଇନ୍ଦ୍ରଧନୁଷ ମିଶନକୁ ବିସ୍ତାର କରାଯିବ । ମେଡିକାଲ ଡିଭାଇସକୁ ଯେଉଁ ଟିକସ ଆଦୟ ହେଉଛି, ତାକୁ ମେଡିକାଲ ସୁବିଧାକୁ ବୃଦ୍ଧି କରିବାରେ ଖର୍ଚ୍ଚ କରାଯିବ । ଟିବି ବିରୋଧରେ ଦେଶରେ ଅଭିଯାନ ଆରମ୍ଭ କରାଯିବ । ଟିବି ହାରିବ, ଦେଶ ଜିତିବ, ସରକାରଙ୍କ ତରଫରୁ ଦେଶକୁ ୨୦୨୫ ସୁଦ୍ଧା ଟିବି ମୁକ୍ତ କରିବାକୁ ଉଦ୍ୟମ କରାଯିବ । ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନା ଅନୁସାରେ ସେଣ୍ଟର୍ସର ସଂଖ୍ୟା ବୃଦ୍ଧି କରାଯିବ । ଏଥି ପାଇଁ ଚଳିତ ବଜେଟ୍‌ରେ ପ୍ରାୟ ୭୦ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା । ୨୦୨୪ ସୁଦ୍ଧା ସବୁ ଜିଲ୍ଲାରେ ଜନ ଔଷଧ କେନ୍ଦ୍ରକୁ ବିସ୍ତାର କରାଯିବ । ସେହିପରି ବଜେଟ୍‌ରେ ଜନ ଜୀବନ ମିଶନ ପାଇଁ ୩.୬୦ ଲକ୍ଷ କୋଟି ଟଙ୍କା ଅନୁମୋଦନ କରାଯାଇଛି ।