( ହରିଶ ଚନ୍ଦ୍ର ଦାସ): ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକର ନୋ ଏଣ୍ଟ୍ରୀ ଛକଠାରେ ଆଜି ଶହୀଦବୀର ବୀର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭୂମି ପୂଜା କରାଯାଇଛି । ଏଥିରେ ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି , ଅନୁଗୋଳ ଜିଲ୍ଲା ସଭାପତି ଅଶୋକ ମହାନ୍ତି , ପାଲଲହଡା ବ୍ଲକ ଅଧ୍ୟକ୍ଷ ମୁକେଶ କୁମାର ପାଳଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ ।
ବୀର ବିର୍ସା ବିକାଶ ସମିତି ପକ୍ଷରୁ ବୀର୍ସାମୁଣ୍ଡା ପ୍ରତିମୁର୍ତ୍ତି ସ୍ଥାପନ କରିବାକୁ ଅନେକ ଥର ଦାବି କରିଥିଲେ ମଧ୍ୟ କେହି ଶୁଣିନଥିଲେ । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଅନୁଦାନ କ୍ରମେ ଏହାକୁ କାର୍ଯ୍ୟକାରୀ କରାଯାଇଥିବାରୁ ବିର୍ସା ବିକାଶ ସମିତି ଓ ହୋ ସମାଜ ପକ୍ଷରୁ ତାଙ୍କୁ କୃତଜ୍ଞ ଜଣାଇଛନ୍ତି । ଆଗାମୀ ବୀର୍ସାମୁଣ୍ଡାଙ୍କ ଜୟନ୍ତି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରତିମୂର୍ତ୍ତି ଉଦଘାଟନ କରିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି ।