ଭାରତୀୟ ଜନତା ପାର୍ଟିର ଜିଲ୍ଲା ପଦାଧିକାରୀ ବୈଠକ ହିଞ୍ଜିଳିକାଟୁ ରୟାଲ ପ୍ୟାଲେସରେ ସଫଳତାର ସହିତ ଅନୁଷ୍ଠିତ

ଘୁମୁସର ଆସିକା ସାଂଗଠନିକ ଜିଲ୍ଲା ପକ୍ଷରୁ ଭାରତୀୟ ଜନତା ପାର୍ଟିର ଜିଲ୍ଲା ପଦାଧିକାରୀ ବୈଠକ ହିଞ୍ଜିଳିକାଟୁ ରୟାଲ ପ୍ୟାଲେସରେ ସଫଳତାର ସହିତ ଅନୁଷ୍ଠିତ ହୋଇଛି।ଏହି ବୈଠକ ୧୫ତାରିଖ ସକାଳ ୧୧ଘଣ୍ଟ ସମୟରେ ଜିଲ୍ଲାର ସଭାପତି ବିଜୟ ସ୍ୱାଇଁ ଙ୍କ ନେତୃତ୍ୱରେ ହୋଇଥିବାବେଳେ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ, ରାଜ୍ୟ ସମ୍ପାଦକ ପ୍ରୁଥିବିରାଜ ମାହାପାତ୍ର,ଜିଲ୍ଲା ପ୍ରଭାରି ପ୍ରକାଶ ମଙ୍ଗରାଜ,ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ମଞ୍ଚାସିନ ଥିଲେ।ସେହିପରି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ହିଞ୍ଜିଳି ବିଧାନ ସଭା ବିଧାୟକ ପ୍ରାର୍ଥୀ ଶିଶିର ମିଶ୍ର,ସାନଖେମୁଣ୍ଡି ବିଧାୟକ ପ୍ରାର୍ଥୀ ଉତ୍ତମ ପାଣିଗ୍ରାହି ଓ ରାଜ୍ୟ ଏବଂ ଜିଲାର ବିଭିନ୍ନ ପଦାଧିକାରୀମାନେ ଅଂଶଗ୍ରହଣ କରି, ଭାରତୀୟ ଜନତା ପାର୍ଟିର ନୀତି, ଯୋଜନା ଓ ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ।ହିଞ୍ଜିଳିକାଟୁର ରୟାଲ ପ୍ୟାଲେସ ରେ ଏହି ପ୍ରକାରର ସାଂଗଠନିକ କାର୍ଯ୍ୟକ୍ରମ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଅବସର ଦେଇଥାଏ, ଯେଉଁଠାରେ ଦଳର ସଦସ୍ୟମାନେ ଏକାସାଥି ହେବା ସହିତ ଭବିଷ୍ୟତ ଯୋଜନା ପାଇଁ ମଜବୁତ ପାଇଁ ଚର୍ଚ୍ଚା କରନ୍ତି।ଏହି ବୈଠକ ଦ୍ୱାରା ଜିଲ୍ଲାର ପ୍ରତ୍ୟେକ କୋଣ ରେ ଭାରତୀୟ ଜନତା ପାର୍ଟି ର ଆଗ୍ରସର ହେବାର ଆଶା ବଢ଼ିଛି ଓ ଏହା ଆମ ସମାଜରେ ସଚେତନତା ଓ ସମୃଦ୍ଧି ଆଣିବାରେ ସାହାଯ୍ୟ କରିବ ବୋଲି ମତ ପ୍ରକାଶ କରିଥିଲେ।