(ରିପୋର୍ଟସ ଟୁଡ଼େ / ନୂଆଦିଲ୍ଲୀ ): ବ୍ୟାଙ୍କରେ ଗ୍ରାହକଙ୍କ ଜମାରାଶି ଉପରେ ସରକାର ବଡ଼ ଘୋଷଣା କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କରେ ହେଉଥିବା ଘୋଟାଲାକୁ ନଜରରେ ରଖି ବଡ଼ ଘୋଷଣା କରିଛନ୍ତି । ଯଦି କୌଣସି ବ୍ୟାଙ୍କ ଦେବାଳିଆ ହୁଏ ତେବେ ଖାତା ଧାରକଙ୍କୁ ବଡ଼ କ୍ଷତି ସହିବାକୁ ପଡୁଥିଲା । ପୂର୍ବେ ଖାତା ଧାରକଙ୍କ ଆକାଉଣ୍ଟର ସୁରକ୍ଷା ପାଇଁ ଏକ ଲକ୍ଷ ଟଙ୍କାର ଡିପୋଜିଟ୍ ବୀମା ଦିଆଯାଉଥିଲା । ଏବେ ବଜେଟ୍ରେ ଏହାକୁ ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି କାରାଯାଇଛି ।
୧୯୯୩ ପରେ ପ୍ରଥମ ଥର ପାଇଁ ଜମା ବୀମା ରାଶିରେ ବୃଦ୍ଧି ହୋଇଛି । ଉଲ୍ଲେଖଯୋଗ୍ୟ ଯେ ୧୯୯୨ ମସିହାରେ ପ୍ରତିଭୂତି ଘୋଟାଲା ପରେ ଯେତେବେଳେ ବ୍ୟାଙ୍କ ଅଫ କରାଡ ଦେବାଳିଆ ହୋଇଥିଲା ଏହାପରେ ସରକାର ୧୯୯୩ ମସିହା ଜାନୁଆରୀ ୧ ତାରିଖରେ ବ୍ୟାଙ୍କର ଜମା ରାଶିର ବୀମା ୩୦ ହଜାର ଟଙ୍କାରୁ ବୃଦ୍ଧି କରି ୧ ଲକ୍ଷ ଟଙ୍କା କରିଥିଲେ ।
ଏହି ବୀମାର ଅର୍ଥ ଯଦି କୌଣସି ବ୍ୟାଙ୍କ ଦେବାଳିଆ ହୁଏ ତେବେ ଏହାର ଜମାକାରୀ ସର୍ବାଧିକ ଏକ ଲକ୍ଷ ଟଙ୍କା ପର୍ୟ୍ୟ ନ୍ତ ରାଶି ସରକାରଙ୍କ ଠାରୁ ପଇବେ । ଏହାସହ ଏହି ବୀମାର ଅର୍ଥ ଏହା ମଧ୍ୟ ଯେ ଜମା ରାଶି ଯେତେ ଟଙ୍କା ହେଲେ ମଧ୍ୟ ସରକାର ଗ୍ରାହକଙ୍କୁ ଏକ ଲକ୍ଷ ଟଙ୍କା ହିଁ ଦେବେ । ରିଜର୍ଭ ବ୍ୟାଙ୍କର ଶାଖା ଡିପୋଜିଟ ଇନ୍ସୋରେନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କର୍ପୋରେସନ ଦେବାଳିଆ ହୋଇଥିବା ବ୍ୟାଙ୍କର ଗ୍ରାହକଙ୍କୁ ବଞ୍ଚାଇବା ପାଇଁ ଅଲଗା ରଜର୍ଭ ଗଚ୍ଛିତ ରଖୁଛି ।