ବରଗଡ଼ ଜିଲ୍ଲାରେ ବଇଲ ଯାତ୍ରା

( ଚିତ୍ତରଞ୍ଜନ ସାହୁ): ବରଗଡ ଜିଲ୍ଲାରେ ମହାସମାରୋହ ବଇଲ ଯାତ୍ରା ପାଳିତ ହୋଇଯାଇଛି । ପ୍ରଥମେ ମା’ଙ୍କ ମନ୍ଦିରରେ ପୂଜାର୍ଚ୍ଚାନା ପରେ ବରୁଆକୁ ଦେବୀ ବିରାଜିଥାନ୍ତି । ବରୁଆକୁ ଦେବୀ ବିରାଜିବା ପରେ ବହୁ ମାନସିକ ଭକ୍ତମାନେ ମା’ଙ୍କ ମନ୍ଦିରର ସମ୍ମୁଖରେ ପାଳି ପଡ଼ିଥାନ୍ତି ଓ ବରୁଆ ମାନସିକ ଧାରିମାନଙ୍କର ମନସ୍କମନା ପୂରଣ କରିଥାନ୍ତି । ମାନସିକ ଧାରିମାନଙ୍କ କହିବା ଅନୁସାରେ ମା’ ଙ୍କ ସମ୍ମୁଖରେ ଯେଉଁ ଜିନିଷ ମାନସିକ କରିଥିଲେ ପୁର୍ଣ ହୋଇଥାଏ।ତା’ ପରେ ବରୁଆ ଗାଁ ପରିଭ୍ରମଣ କରି ଘର ଘର ପୂଜା ପାଇଥାନ୍ତି। ଗାଁ ମଝିରେ କଣ୍ଟାରେ ତିଆରି ଦୋଳିରେ ଝୁଲନ୍ତି । ଏହି ଦୃଶ୍ୟ ଟି ଦେଖିଲେ ବହୁ ଶୁଭ ପ୍ରଦ ହୁଏ ବୋଲି ଲୋକଙ୍କ ବିଶ୍ୱାସ ଅଛି। ଏହି ବଇଲ ଯାତ୍ରା ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ।