ଗୋଟିଏ ରୁଦ୍ଧ କୋଠରୀରେ ଏକାଧିକ ଲୋକ ନ ରହିବାକୁ ପରାମର୍ଶ

H3N2 ଭାଇରସକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଚିଠି । ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି । ଏବେ ସଂଖ୍ୟାଧିକ ଲୋକଙ୍କୁ ଥଣ୍ଡା, ଜ୍ୱର ଓ କାଶ ଭଳି ସମସ୍ୟା ଦେଖାଯାଉଛି । ପାଣି ପାଗରେ ପରିବର୍ତ୍ତନ ଯୋଗୁଁ ଏଭଳି ସମସ୍ୟା ଦେଖାଯାଉଛି । ସର୍ବସାଧାରଣ ସ୍ଥାନ ରେ ମୁଁହରେ କପଡା କିମ୍ବା ରୁମାଲ ଦେଇ ଛିଙ୍କନ୍ତୁ । ଭିଡକୁ ଗଲେ ମୁଁହରେ ମାସ୍କ ବ୍ୟବହାର କରନ୍ତୁ । ଗୋଟିଏ ରୁଦ୍ଧ କୋଠରୀରେ ଏକାଧିକ ଲୋକ ନ ରହିବାକୁ ପରାମର୍ଶ । ୨୦୨୨ ଡିସେମ୍ବରରୁ ଦେଶରେ H3N2 ଇନଫ୍ଲଏଞ୍ଜା ଚିହ୍ନଟ ହୋଇଛି । ଭୟଭୀତ ନ ହୋଇ ପ୍ରତିଷେଧକ ଗ୍ରହଣ କରିବାକୁ ପରାମର୍ଶ । ଏହି ରୋଗ କାଶ ଓ ଛିଙ୍କ ରୁ ଡ୍ରପ୍ଲେଟ ମାଧ୍ୟମ ରେ ବ୍ୟାପୁଛି । ଛୋଟ ଶିଶୁ, ବୟସ୍କ ଓ ଅନାନ୍ୟା ଗୁରୁତର ରୋଗୀ ଙ୍କ ପ୍ରତି ସତର୍କତା । ମଧୁମେୟ, ହୃଦରୋଗ, କିଡ଼ନୀ ଓ ଯକୃତ ରୋଗୀ ଅଧିକ ସତର୍କ ରୁହନ୍ତୁ । ସାରାଦେଶରେ ଏବେ ସୁଦ୍ଧା ମାତ୍ର ୯୦ ଜଣ H3N2 ଆକ୍ରାନ୍ତ ଚିନ୍ହଟ । ମାର୍ଚ୍ଚ ଶେଷ ସୁଦ୍ଧା H3N2 ଭାଇରସ ନିୟନ୍ତ୍ରଣ ଆସିବାକୁ ନେଇ ସମ୍ଭାବନା ।