ଅଗଷ୍ଟ ୨୨ରୁ ଆରମ୍ଭ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ନିଜର ଦଳ ଘୋଷଣା କରିଛି

ଅଗଷ୍ଟ ୨୨ରୁ ଆରମ୍ଭ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ନିଜର ଦଳ  ଘୋଷଣା କରିଛି। ମ୍ୟାକେର ଗ୍ରେଟ୍ ବ୍ୟାରିୟର ରୀଫ୍ ଆରିନାରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍‌ରେ ଟ୍ରେଭିସ୍ ହେଡ୍‌ଙ୍କ ସହ ମ୍ୟାଟ୍ ରେନଶ’ ଓପନିଂ କରିବେ। ଓପନର ରେନଶ’ ଚୂଡାନ୍ତ ଏକାଦଶରେ ପୂର୍ବ ମ୍ୟାଚରେ ଖେଳିଥିବା ଜେକ୍ ୱେଦରାଲ୍ଡଙ୍କ ସ୍ଥାନ ପାଇଛନ୍ତି । ଜେକ୍ ପ୍ରଥମ ଟେଷ୍ଟର ଦୁଇଟି ଇନିଂସରେ ୨୩ ଏବଂ ଶୂନ  ରନ୍ କରିବା ପରେ ଦଳରୁ ବାଦ୍ ଦିଆଯାଇଛି ।

Australia eye four-man pace attack to beat Bangladesh in Mackay Te

ଅଷ୍ଟ୍ରେଲିଆ ନିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ତିନିଜଣ ଦ୍ରୁତ ବୋଲରଙ୍କ ସହ ମଇଦାନକୁ ଓହ୍ଲାଇବ। ନାଥନ ଲିୟନଙ୍କୁ ମଧ୍ୟ ଏହି ମ୍ୟାଚ୍ ପାଇଁ ଦଳରେ ସ୍ଥାନ ମିଳିଛି। ଏହାପୂର୍ବରୁ କଙ୍ଗାରୁ ଦଳ ଏହି ମ୍ୟାଚରେ ଲିୟନଙ୍କୁ ବାଦ୍ ଦେଇ ଚାରିଜଣ ଦ୍ରୁତ ବୋଲରଙ୍କ ସହ ଓହ୍ଲାଇପାରେ ବୋଲି ଖବର ଆସୁଥିଲା, କିନ୍ତୁ ଶେଷରେ ଏପରି କିଛି ହୋଇନାହିଁ। ସ୍କଟ୍ ବୋଲାଣ୍ଡଙ୍କୁ ଏହି ମ୍ୟାଚ୍‌ ରୁ ମଧ୍ୟ ବାହାରେ ରଖାଯାଇଛି । ତେବେ ପ୍ରଥମ ଟେଷ୍ଟ ମ୍ୟାଚରେ ନାଥନ ଲିୟନଙ୍କ ପ୍ରଦର୍ଶନ ସେତେଟା ଭଲ ରହି ନଥିଲା ।

दूसरे टेस्ट के लिए ऑस्ट्रेलिया ने किया प्लेइंग XI का एलान, 3 साल बाद वापस  आया स्टार खिलाड़ी | australia announced playing 11 for 2nd test vs  bangladesh matthew renshaw comeback after ...

ଦ୍ୱିତୀୟ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆର ଚୂଡାନ୍ତ ଏକାଦଶ : ମ୍ୟାଟ୍ ରେନଶ’, ଟ୍ରେଭିସ୍ ହେଡ୍, ମାର୍ନସ ଲାବୁସେନ୍, ଷ୍ଟିଭ୍ ସ୍ମିଥ୍, କାମେରନ୍ ଗ୍ରୀନ୍, ଆଲେକ୍ସ କେରୀ (ୱିକେଟ୍ କିପର), ବ୍ୟୁ ୱେବଷ୍ଟର, ପ୍ୟାଟ୍ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ନାଥନ ଲିୟନ, ଜୋଶ୍ ହେଜଲଉଡ୍।

May be an image of text that says 'NRMA INSURANCE TEST SERIES v BANGLADESH AUSSIE Χι MATTHEW RENSHAW TRAVIS HEAD MARNUS LABUSCHAGNE STEVE SMITH CAMERON GREEN ALEX CAREY (wk) WEBSTER PAT CUMMINS (c) MITCHELL STARC បមវត NATHAN LYON JOSH HAZLEWOOD origin origin GREAT BARRIER REEF ARENA, MACKAY AUGUST22 26| 10AM AEST CRICKET .com.au'