ଯୁବତୀଙ୍କୁ ପ୍ରତାରଣା ଅଭିଯୋଗ, ASO ଗିରଫ

ଭୁବନେଶ୍ବର: ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ASO ଗିରଫ । ଆସିଷ୍ଟାଣ୍ଚ ସେକ୍ସନ୍ ଅଫିସର (ASO) ସୁଶାନ୍ତ ଜେନା ଗିରଫ । ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । ASOଙ୍କୁ ଗିରଫ ପରେ କୋର୍ଟ ଚାଲାଣ କଲା ମହିଳା ଥାନା ପୋଲିସ । ସୁଶାନ୍ତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ASO ହୋଇଥିବା ନେଇ ସୂଚନା ମିଳିଛି ।   ଯୁବତୀଜଣଙ୍କ ତାଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ ପରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।