( ରିପୋର୍ଟସଟୁଡେ): ଅନୁଗୋଳ ସୀମାନ୍ତ ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ଛକ ନିକଟରେ ଘଟିଛି ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଲା ୪୦୭ । ଫଳରେ ଦୁର୍ଘଟଣାରେ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ପାଳଲହଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଶ୍ରମିକମାନେ ସମ୍ବଲପୁରରୁ ଯାଜପୁର ଯିବା ବେଳେ ଏହି ଦୁର୍ଘଟଣା ଘଟିଛି ।ସମସ୍ତ ଶ୍ରମିକ ଓରିଆଣ୍ଟାଲ କମ୍ପାନୀରେ କାର୍ୟ୍ୟ କରୁଥିଲେ ।