ଅଭିଜିତଙ୍କ ଗିରଫ ପରେ କୁଆଡେ ଗଲେ ପ୍ରିୟ ବନ୍ଧୁ ବୈଜୟନ୍ତ ପଣ୍ଡା

(ରିପୋର୍ଟସ ଟୁଡେ): ଅଭିଜିତ ଆୟର ମିତ୍ର ପରେ ଏବେ ବେଜୟନ୍ତଙ୍କ ପାଳି ପଡିବକି ? ଅଭିଜିତ ଆୟାର ମିତ୍ର ଝାରପଡା ଜେଲ ଯିବା ପରେ ଏବେ ସମସ୍ତଙ୍କ ନଜର ତାଙ୍କ ଟ୍ୱର୍ ବନ୍ଧୁ ବୈଜୟନ୍ତ ପଣ୍ଡାଙ୍କ ଉପରେ । ଚିଲିକା ଉପରେ ହେଲିକପ୍ଟର ଉଡ଼ାଇ ପୁଲିସ କେସ୍ ଛନ୍ଦି ହୋଇଛନ୍ତି ବୈଜୟନ୍ତ । ଓଡ଼ିଶାର ସଂସ୍କୃତି,ଐତିହ୍ୟ ଉପରେ କଟୁ ମନ୍ତବ୍ୟ ଦେଇ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ବନ୍ଧୁ ଅଭିଜିତ୍ ଙ୍କ ଅପରାଧରେ ବି ସାମିଲ ତାହା ପଦାକୁ ଆସିଲାଣି ।

ଅଭିଜିତ୍ ଆୟାର ମିତ୍ର କିଏ ? ଓଡ଼ିଶା ସହ ତାଙ୍କୁ ଯୋଡିଛନ୍ତି କିଏ ? ଓଡ଼ିଶା, ଓଡ଼ିଆଙ୍କ ବଡ଼ ଠାକୁର ମହାପ୍ରଭୁ ଜଗନ୍ନାଥ, ଓଡ଼ିଆ ଜାତିର ସ୍ୱାଭିମାନ କୋଣାର୍କ ମନ୍ଦିର, ଓଡ଼ିଶାର ବିଧାୟକ ଓ ସାମ୍ବାଦିକମାନଙ୍କୁ କଦର୍ୟ୍ୟ ଭାଷା ପ୍ରୟୋଗ କରିବାକୁ ତାଙ୍କୁ ସାହାସ ଦେଲା କିଏ ? ଏହା ସତ ଯେ ବୈଜୟନ୍ତ ପଣ୍ଡା ତାଙ୍କୁ ନିଜ ହେଲିକପ୍ଟରରେ ବସାଇ ପୁରୀ,କୋଣାର୍କ, ଚିଲିକା ବୁଲାଇବା ବେଳେ ହିଁ ଅଭିଜିତ୍ ଙ୍କୁ ଲୋକେ ଜାଣିଲେ । କୋଣାର୍କ ମନ୍ଦିର ସାମନାରେ ଛିଡ଼ା ହୋଇ ମନ୍ଦିରକୁ ଗାଳି ଦେବାର ଭିଡ଼ିଓ ଅଭିଜିତ୍ ନିଜେ ତାଙ୍କ ଟୁଇଟର ପେଜ୍ ରେ ଛାଡ଼ିଥିଲେ । ବିଧାୟକଙ୍କୁ ବୁଦ୍ଦୁ ବୋଲି କହିଲେ । ଅଭିଜିତ୍ ଙ୍କ ଏତେ ସବୁ କାଣ୍ଡ କାରଖାନା ପରେ ବି ଟୁର୍ ଅପରେଟର ସାଜି ତାଙ୍କୁ ହେଲିକପ୍ଟରରେ ବୁଲାଇଥିବା ବନ୍ଧୁ ବୈଜୟନ୍ତଙ୍କ ସାମାନ୍ୟତମ ପ୍ରତିକ୍ରିୟା ହେଲାନି । ଅଭିଜିତ୍ ଥଟ୍ଟା ମଜାରେ ଏଭଳି କହିଥାଇପାରନ୍ତି ବୋଲି ଓଲଟି ଓକିଲାତି କଲେ । କିନ୍ତୁ ଏତେ ଘଟଣା ପରେ ବୈଜୟନ୍ତ ପଣ୍ଡାଙ୍କ ଦେଖାନାଇ । ବୈଜୟନ୍ତ ପଣ୍ଡା ଗଲେ କୁଆଡେ । ସବୁଠି ଏବେ ଅଭିଜିତଙ୍କ ଚର୍ଚ୍ଚା ଚାଲିଥିବା ବେଳେ ଲୁଚିଗଲେ କି ବୈଜୟନ୍ତ । ଅଭିଜିତ୍ ଙ୍କ ଗିରଫ ପରେ ତାଙ୍କୁ ସାହାଯ୍ୟ କରିବାକୁ ନ ଆସିବା ନେଇ ରାଜନୀତି ମହଲରେ ଏବେ ଖୁବ ଚର୍ଚ୍ଚା ।