ମାଛ ଧରିବା ବେଳେ ନାଳରେ ଭାସିଗଲେ ବୃଦ୍ଧ

ମାଛ ଧରିବା ବେଳେ ନାଳରେ ଭାସିଗଲେ ବୃଦ୍ଧ। ନୟାଗଡ଼ ଜିଲ୍ଲା ଖଣ୍ଡପଡା ମର୍ଦରାଜ ପୁର ଗାଁ ରଥିଆ ନାଳରେ ଭାସିଯାଇ ଜଣେ ବୃଦ୍ଧ ନିଖୋଜ ହୋଇଯାଛନ୍ତି

(ନୟାଗଡ଼) : ମାଛ ଧରିବା ବେଳେ ନାଳରେ ଭାସିଗଲେ ବୃଦ୍ଧ। ନୟାଗଡ଼ ଜିଲ୍ଲା ଖଣ୍ଡପଡା ମର୍ଦରାଜ ପୁର ଗାଁ ରଥିଆ ନାଳରେ ଭାସିଯାଇ ଜଣେ ବୃଦ୍ଧ ନିଖୋଜ ହୋଇଯାଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ସୂଚନାନୁଯାୟୀ , ଲଗାଣ ବର୍ଷା ଯୋଗୁଁ ନଦୀ ନାଳ ଗୁଡିକର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଖଣ୍ଡପଡ଼ା ଅଞ୍ଚଳରେ ସବୁ ଛୋଟ ବଡ଼ ଜଳାଶ୍ରୟ ଗୁଡିକର ପାଣି ବଢିଯାଇଛି। ତେବେ ଗତକାଲି ମାଛ ମାରିବାକୁ ଯାଇ ନାଳରେ ଭାସିଯାଇ ଜଣେ ୬୦ ବର୍ଷୀୟ ବୃଦ୍ଧ ନିଖୋଜ ହୋଇଯାଇଛନ୍ତି। ବୃଦ୍ଧ ଜଣଙ୍କ ହେଉଛନ୍ତି ଖଣ୍ଡପଡା ମର୍ଦରାଜପୁର ଗାଁର ଦୁଃଶାସନ ଦାସ। ସେ ନାଳକୁ ମାଛ ମାରିବାକୁ ଯାଇ କୁଆଡ଼େ ନିଖୋଜ ହୋଇଯାଇଥିଲେ।