(ମମତା ସାମଲ)ରିପୋର୍ଟସଟୁଡେ: ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଏକ ବଡ ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ବସ ଷ୍ଟାଣ୍ଡରେ ୩୦୦୦ ଓ୍ୱାଇଫାଇ ହଟସ୍ପଟ ଲାଗାଯିବ। ପ୍ରତ୍ୟେକ ବ୍ୟବହାରକାରୀଙ୍କୁ ପ୍ରତି ମାସରେ ୧୫ ଜିବି ଫ୍ରି ଡାଟା ମିଳିବ । ତେବେ ଏହାର ଆରମ୍ଭ ୧୬ ଡିସେମ୍ବରରେ ହୋଇପାରେ ।
ଫ୍ରି ଓ୍ୱାଇଫାଇକୁ ନେଇ କ୍ୟାବିନେଟ୍ରେ ମଞ୍ଜୁରୀ ଓ ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଶେଷ ହୋସାରିଛି। କ୍ୟାବିନେଟ ୮ ଅଗଷ୍ଟରେ ୪୦୦୦ ବସ୍ଷ୍ଟପ ଓ ପ୍ରତ୍ୟେକ ବିଧାନସଭାରେ ୧୦୦ ହଟସ୍ପଟ ଲଗାଇବା ପାଇଁ ମଞ୍ଜୁରି ପ୍ରଦାନ କରିଛନ୍ତି । ହଟସ୍ପଟର ୫୦ ମିଟର ରେଞ୍ଜ ଭିତରେ ଯେତେ ଲୋକ ଥିବେ ସେମାନ ଏହି ଓ୍ୱାଇଫାଇ ସେବାକୁ ବ୍ୟବହାର କରି ପାରିବେ । ଏଥିପାଇଁ ସରକାର ପାଖାପାଖି୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ।