କାବୁଲର ଆମେରିକୀୟ ଦୁତାବାସ ନିକଟରେ ବୋମା ବିସ୍ଫୋରଣ

(ରିପୋଟର୍ସ ଟୁଡେ, କାବୁଲ): ଆଫଗାନିସ୍ତାନର ରାଜଧାନୀ କାବୁଲର ଆମେରିକୀୟ ଦୂତାବାସ ନିକଟରେ ବୁଧବାର ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ହୋଇଥିବା ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ବୋମା ବିସ୍ଫୋରଣର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବିସ୍ଫୋରଣର ମାତ୍ରା ଅତି ଭୟଙ୍କର ଥିଲା ବୋଲି ଭାଇରାଲ ହୋଇଥିବା ଫଟୋରୁ ଜଣାପଡୁଛି । ଆମେରିକା ଦୁତାବାସରୁ ଧୂଆଁ ବାହରୁଥିବା ମଧ୍ୟ ଏହି ଫଟୋରେ ଦେଖିବାକୁ ମିଳୁଛି । ବିସ୍ପୋରଣ ଘଟିଥିବା ସ୍ଥାନରେ ଅନ୍ୟ ଦେଶର ଦୁତାବାସଗୁଡିକ ମଧ୍ୟ ରହିଛି । ଏହି ଧମାକାରେ କେହି ମୃତାହତ ହୋଇଥିବା ଏଯାଏ ଜଣା ପଡିନାହିଁ ।
ମିଳିଥିବା ସୁଚନାନୁଯାୟୀ, ଏହା ଏକ ରକେଟ ବିସ୍ପୋରଣ ଥିଲା । ୯/୧୧ ଆକ୍ରମଣର ୧୮ ବର୍ଷ ପୁର୍ତ୍ତି ଅବସରରେ ଆତଙ୍କବାଦୀମାନେ ଏହି ବିସ୍ପୋରଣ କରିଥାଇ ପାରନ୍ତି ବୋଲି ଶୁଣାଯାଉଛି । ହେଲେ ଏପର୍ଯ୍ୟନ୍ତ ବିସ୍ଫୋରଣକୁ ନେଇ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି ।