(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପାକିସ୍ତାନ ଭାରତ ବିରୋଧରେ ବିଶ୍ୱର କୌଣସି ଦେଶକୁ ନିଜ ଆଡକୁ କରିବାରେ ଅକ୍ଷମ ହେବା ପରେ ଏବେ ଚିରାଚରିତ ଶୈଳୀରେ ଆତଙ୍କବାଦର ସାହାରା ନେଇଛି । କିଛି ମାସ ପୂର୍ବରୁ ଗିରଫ କରିଥିବା ଜୈଶ ଏ ମହମ୍ମଦର ପ୍ରମୁଖ ମସୁଦ ଆଝାରକୁ ମୁକ୍ତ କରିଦେଇଛି । ଏହା ପରେ ମସୁଦ ତାର ସଂଗଠନ ସହ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ମସୁଧା କରୁଥିବା ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ପକ୍ଷରୁ ସୂଚନା ମିଳିଛି ।
ରାଜସ୍ଥାନର ଭାରତ ପାକିସ୍ତାନ ସୀମାରେ ଏକତ୍ର ହୋଇଥିବା ପାକ୍ ସୈନ୍ୟକୁ ନେଇ ଭାରତୀୟ ସେନା । କେବଳ ରାଜସ୍ଥାନ ବର୍ଡର ନୁହେଁ ପାକିସ୍ତାନ ସିୟାଲକୋଟ, ଜାମ୍ମୁରେ ମଧ୍ୟ ସେନା ବଢାଇବା ସହ ଏକ ବଡ ଧରଣର ଆକ୍ରମଣ ଓ ଅନୁପ୍ରବେଶ ପାଇଁ ପ୍ରୟାସ ଜାରି ରଖିଛି । ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ବିଭିନ୍ନ ଦେଶ ନିକଟରେ ଭାରତ ବିପକ୍ଷରେ ପଦକ୍ଷେପ ନେବାକୁ ଗୁହାର ଲଗାଇଥିଲା । ବିଭିନ୍ନ ମିଥ୍ୟା ତଥ୍ୟ ଦେଇ ସହାନଭୂତି ସଂଗ୍ରହ କରିବାକୁ ଚେଷ୍ଟା କରିଥିଲା ।