ୟୁଏସ ଓପନ ଜିତିଲେ କାନାଡାର ବିଏଙ୍କା ଆଣ୍ଡରେସ୍କୁ

ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ୟୁଏସ ଓପନ ଟେନିସ ଗ୍ରାଣ୍ଡସ୍ଲାମ ଜିତିଲେ କାନାଡାର ବିଏଙ୍କା ଆଣ୍ଡରେସ୍କୁ । ଏହି ମ୍ୟାଚରେ ବିଏଙ୍କା ବିଶ୍ୱର ଶ୍ରେଷ୍ଠ ଟେନିସ ଖେଳାଳି ତଥା ୟୁନାଇଟେଡ ଷ୍ଟେଟ୍ସର ସେରେନା ଓ୍ଵିଲିୟମ୍ସଙ୍କୁ ହରାଇ ଏହି ଟାଇଟଲ ହାସଲ କରିଛନ୍ତି । ଗତକାଲି ଅନୁଷ୍ଠିତ ଏହି ଫାଇନାଲ ମ୍ୟାଚରେ ସେରେନାଙ୍କୁ ୬-୩, ୭-୫ ସେଟରେ ହରାଇଛନ୍ତି । ସେରେନା ନିଜର ୨୪ତମ ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟ ଜିତିବାକୁ ଲକ୍ଷ ରଖିଥିଲେ । ହେଲେ ଶେଷ ସମୟରେ ସେରେନାଙ୍କ ସ୍ୱପ୍ନ ଧୂଳିସାତ ହୋଇଥିଲା । ୧୯୯୯ ମସିହାରେ ସେରେନା ତାଙ୍କ ଖେଳ ଜୀବନର ପ୍ରଥମ ୟୁଏସ ଓପନ ଟାଇଟଲ ଜିତିଥିଲେ । ଅନ୍ୟପଟେ ବିଏଙ୍କା ମାତ୍ର ୧୯ବର୍ଷର ହୋଇଥିବା ବେଳେ ଏତେବଡ ଟାଇଟଲ ଜିତିବା ତାଙ୍କ ପାଇଁ କଷ୍ଟକର ଥିଲା ।