ରଥାରୁଢ଼ରେ ତିନି ଠାକୁର

(ପ୍ରିୟଦର୍ଶନୀ ସ୍ୱାଇଁ): ଆଜି ମହାବାହୁଙ୍କର ବାହୁଡ଼ା ଯାତ୍ରା । ଏହି ଅବସରରେ ଶ୍ରୀଜିଉଙ୍କ ଯଥାରୀତି ନୀତିକାନ୍ତି ଶେଷ ହେବା ପରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଥମେ ସୁଦର୍ଶନ ପୂର୍ବାହ୍ନ ୯.୧୫ରେ ପହଣ୍ଡିରେ ଆସି ୯.୩୦ରେ ରଥାରୂଢ଼ ହୋଇଥିଲେ।,ପରେ ପରେ ବଡ଼ଠାକୁର ବଳଭଦ୍ରଙ୍କର ୯.୨୦ରେ ପହଣ୍ଡି ହୋଇଥିଲା । ତାପରେ ମା’ ସୁଭଦ୍ରା ୯.୨୦ରେ ପହଣ୍ଡିହୋଇ ୧୦.୨୦ରୁ ଦେବଦଳନରେ ରଥାରୂଢ଼ ହୋଇଥିଲେ । ଶେଷରେ ମହାପ୍ରଭୁ ଜଗନ୍ନାଥ ୧୦ଟାରେ ପହଣ୍ଡି ହୋଇ ୧୧.୦୫ରେ ନନ୍ଦିଘୋଷ ରଥରେ ରଥାରୂଢ଼ ହୋଇଛନ୍ତି । ତେବେ ମହାପ୍ରଭୁଙ୍କୁ ଦେଖିବା ପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଜମିଛି । ରତ୍ନବେଦୀରୁ ଜନ୍ମବେଦୀକୁ ଆସିଥିଲେ ଚତୁର୍ଦ୍ଧା ମୂରତି।