ଧାନ କ୍ଷେତରେ ମୃତ୍ୟୁର ଜାଲ! ସ୍ୱାମୀ-ସ୍ତ୍ରୀଙ୍କ ସମେତ ୩ ମୃତ

ଧାନ କ୍ଷେତରେ ବିଛା ହୋଇଥିଲା ମୃତ୍ୟୁର ଜାଲ। ଫସଲକୁ ବାର୍‌ହାଙ୍କ କବଳରୁ ରକ୍ଷା କରିବା ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର । ଏହି ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଆଉ ୨ରୁ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ବିହାରର ସୀତାମଢ଼ି ଜିଲ୍ଲା ବୈରଗନିଆ ବ୍ଲକ୍‌ ଅନ୍ତର୍ଗତ ଅଖ୍ତା ପଶ୍ଚିମୀ ଚକୱା ପଞ୍ଚାୟତର ତକିଆ ଟୋଲା, ୱାର୍ଡ ନମ୍ବର-୫ରେ ଶନିବାର ସକାଳେ ଘଟିଛି ଏହି ଛାତିଥରା ଘଟଣା। ମୃତକମାନେ ହେଲେ ଇସଲାମ ମନସୁରୀ, ତାଙ୍କ ପତ୍ନୀ ରୁବୈଦା ଖାତୁନ ଏବଂ ଅସମତ ଅଲୀ। ସୂଚନା ଅନୁସାରେ, ତକିଆ ଟୋଲାର କିଛି ଗ୍ରାମବାସୀ ସକାଳୁ ହଜିଯାଇଥିବା ମଇଁଷିକୁ ଖୋଜିବା ପାଇଁ ଘରୁ ବାହାରିଥିଲେ।

Sitamarhi Electrocution Incident: A Tragic Outcome - Pragativadi I Latest  Odisha News in English I Breaking News

ଏହି ସମୟରେ ଧାନ କ୍ଷେତରେ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ ଗ୍ରାମବାସୀ। ବିଦ୍ୟୁତ ସଂସ୍ପର୍ଶରେ ଆସି ଇସଲାମ ମନସୁରୀ, ତାଙ୍କ ପତ୍ନୀ ରୁବୈଦା ଖାତୁନ ଏବଂ ଅସମତ ଅଲୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । କରେଣ୍ଟ୍‌ ଲାଗିବାରୁ ଆଉ ୨ରୁ ୩ ଜଣ ଗ୍ରାମବାସୀ ମଧ୍ୟ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଘଟଣାସ୍ଥଳରେ   ପହଞ୍ଚି  ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭତ୍ତି କରିଥିଲେ । ଘଟଣାସ୍ଥଳରେ ଦୁଇଟି ଜଙ୍ଗଲୀ ବାର୍‌ହାର ମୃତଦେହ ମଧ୍ୟ ମିଳିଛି। ତେବେ ତାର କିଏ ଏବଂ କେଉଁ ଉଦ୍ଦେଶ୍ୟରେ  ବିଦ୍ୟୁତ ତାର ବିଛାଇଥିଲା, ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି ।