ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ କଡ଼ା ପଦକ୍ଷେପ

ରାଜ୍ୟକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ସହ ବେଆଇନ ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ ସରକାର ଆହୁରି କଠୋର ହେବାକୁ ଯାଉଛନ୍ତି। ଏନେଇ ଶନିବାର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୮ମ ରାଜ୍ୟସ୍ତରୀୟ ନାର୍କୋ କୋଅର୍ଡିନେସନ୍ ସେଣ୍ଟର (ଏନସିଓଆରଡି) ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।

Humboldt County's Marijuana Boom Is Destroying Redwoods and Killing Rare  Wildlife - EcoWatch

ବେଆଇନ ନିଶାଦ୍ରବ୍ୟ କାରବାର ରୋକିବା, ନିୟମିତ ଯାଞ୍ଚ ଓ ଅଚାନକ ଚଢ଼ାଉ ଜୋରଦାର କରିବା ସହ ନିଶାମୁକ୍ତ ସମାଜ ଗଠନ ପାଇଁ ସମନ୍ୱିତ ପଦକ୍ଷେପ ନେବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଶିକ୍ଷାନୁଷ୍ଠାନକୁ ସମ୍ପୂର୍ଣ୍ଣ ନିଶାମୁକ୍ତ ପରିସର କରିବାକୁ ମଧ୍ୟ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟସ୍ତରରେ ଆଭ୍ୟନ୍ତରୀଣ କମିଟି ଗଠନ କରି ଛାତ୍ରଛାତ୍ରୀଙ୍କ ଗତିବିଧି ଉପରେ ନଜର ରଖାଯିବ। ଶିକ୍ଷାନୁଷ୍ଠାନ ନିକଟରେ ପାନ ଦୋକାନ ନ ରହିବା ନେଇ ମଧ୍ୟ ତୁରନ୍ତ ପଦକ୍ଷେପ ନିଆଯିବ। ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇ ରଖିବା ପାଇଁ ଜିଲ୍ଲାସ୍ତରରେ ବାର୍ଷିକ କ୍ରୀଡ଼ା କ୍ୟାଲେଣ୍ଡର ପ୍ରସ୍ତୁତ ସହ ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟକଳାପ ବଢ଼ାଯିବ।

See drone footage of the $70M marijuana grow in Jeff Davis County

ବେଆଇନ ନିଶା ଚାଷ, ବିଶେଷକରି ଗଞ୍ଜେଇ ଚାଷ ଉପରେ ରୋକ୍ ଲଗାଇବାକୁ ଉପଗ୍ରହ ଚିତ୍ର ଓ ରିମୋଟ୍ ସେନ୍ସିଂ ଜ୍ଞାନକୌଶଳର ବ୍ୟବହାର କରାଯିବ। ରାଜ୍ୟର ୨୨ଟି ବ୍ଲକ୍‌ର ୮୦ଟି ହଟ୍‌ସ୍ପଟ୍ ପଞ୍ଚାୟତ ଅଧୀନରେ ଥିବା ୧୯୮ଟି ଗାଁରେ ଏନଡିପିଏସ୍ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। କେବଳ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନୁହେଁ, ନିଶା ଚାଷରେ ଜଡ଼ିତ ଲୋକଙ୍କୁ ବିକଳ୍ପ ଚାଷ ଓ ନୂତନ ଜୀବିକାର ସୁଯୋଗ ଦେବା ଉପରେ ମଧ୍ୟ ଜୋର୍ ଦିଆଯାଇଛି। ଏସଟିଏଫ୍ ଓ ନାର୍କୋ କୋଅର୍ଡିନେସନ୍ ସେଣ୍ଟର ପକ୍ଷରୁ ନିଶା କାରବାର ବିରୋଧୀ ଅଭିଯାନ ସମ୍ପର୍କରେ ବୈଠକରେ ତଥ୍ୟ ଉପସ୍ଥାପନ କରାଯାଇଥିଲା।

How did cannabis become legalized?

ବିଭିନ୍ନ ବିଭାଗର ମିଳିତ ଟିମ୍ ଗଠନ କରି ନିୟମିତ ଯାଞ୍ଚ ଓ ଚଢ଼ାଉକୁ ଆହୁରି ଜୋରଦାର କରାଯିବ। ଜିଲ୍ଲାସ୍ତରୀୟ ନାର୍କୋ କୋଅର୍ଡିନେସନ୍ କମିଟିକୁ ସୁଦୃଢ଼ କରି ଆନ୍ତଃବିଭାଗୀୟ ସମନ୍ୱୟ ବଢ଼ାଇବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ବିଦେଶୀ ନାଗରିକଙ୍କ ସମ୍ପର୍କିତ ବିଚାରାଧୀନ ମାମଲା, ଦୋଷମୁକ୍ତି ରାୟ ବିରୋଧରେ ଅପିଲ୍ ଏବଂ ‘ଇମିଗ୍ରେସନ୍ ଓ ଫରେନର୍ସ ଆକ୍ଟ, ୨୦୨୫’ର କାର୍ଯ୍ୟାନ୍ୱୟନ ନେଇ ମଧ୍ୟ ସମୀକ୍ଷା କରାଯାଇଥିଲା।

Hemp Facts and Its Role in Sustainable Farming | carolinacoops