ବିଜେପିରେ ଯୋଗ ଦେଲେ ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ପୂର୍ବତନ ତୃଣମୂଳ କଂଗ୍ରେସ ରାଜ୍ୟସଭା ସଦସ୍ୟ କୋଏଲ ମଲ୍ଲିକ । ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ଦଳ ତାଙ୍କୁ ମନୋନୀତ କରିବାର ଗୋଟିଏ ଦିନ ପରେ ସେ ବିଜେପିରେ ଯୋଗ ଦେଇଛନ୍ତି। ଏପ୍ରିଲ୬ ରୁ ଜୁଲାଇ ୧୬ ପର୍ୟ୍ୟନ୍ତ ଟିଏମସି ରାଜ୍ୟସଭା ସାଂସଦ ଭାବରେ ଅଳ୍ପ ସମୟ ପାଇଁ କାର୍ୟ୍ୟ କରିଥିଲେ। ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳର ନିର୍ବାଚନୀ ପରାଜୟ ପରେ ସେ ଇସ୍ତଫା ଦେଇଥିଲେ ।

ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା କୋଏଲ ମଲ୍ଲିକ କହିଛନ୍ତି ଯେ ସେ ପଶ୍ଚିମବଙ୍ଗର ପ୍ରଥମ ବିଜେପି ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ବିକାଶମୂଳକ ପଦକ୍ଷେପର ଅଂଶ ହେବାକୁ ଚାହାଁନ୍ତି। ରାଜ୍ୟସଭା ପ୍ରାର୍ଥୀ ପାଇଁ ତାଙ୍କୁ ଚୟନ କରିବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗର ୧୨ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅକ୍ଟୋବର ୧୬ ତାରିଖରେ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ସ୍ପଷ୍ଟ ବହୁମତ ପାଇଛି।
