ସଡକ ଦୁର୍ଘଟଣାରେ ଜଣେ ଗୁରୁତର ,ବ୍ରହ୍ମପୁର-ଫୁଲବାଣୀ ରାସ୍ତାଅବରୋଧ

(ମମତା ସାମଲ)ରିପୋର୍ଟସଟୁଡେ: ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଥାନା ଅନ୍ତର୍ଗତ କାଳିଆପଲ୍ଲୀ ଛକଠାରେ ଘଟିଛି ସଡକ ଦୁର୍ଘଟଣା । ଏହି ଘଟଣା ପରେ ସ୍ଥାନୀୟ ଉତ୍ତେଜିତ ଲୋକେ ବ୍ରହ୍ମପୁର-ଫୁଲବାଣୀ ରାସ୍ତା ଅବରୋଧ କରିଛନ୍ତି । ଖବର ପାଇ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି ।
ସୂଚନା ଅନୁଯାୟୀ , ଭ୍ୟାନ୍‌ ଧକ୍କାରେ କାଳିଆପଲ୍ଲୀ ଗ୍ରାମର ତାଣୁ ମଲ୍ଲିକ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ରାସ୍ତା ଅବରୋଧ ଯେଗୁଁ ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିଛି।