( ଭୁବନେଶ୍ୱର / ରିପୋର୍ଟସଟୁଡେ): ରାଜଧାନୀ ନୂଆଦିଲ୍ଲୀ ଉପକଣ୍ଠ ଗ୍ରେଟର ନୋଇଡାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଶୁକ୍ରବାର ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଉତ୍ତର ପ୍ରଦେଶର ଗ୍ରେଟର ନେଇଡା ଦେଇ ଯାଇଥିବା ଯମୁନା ଏକ୍ସପ୍ରେସରେ ଏକ ଟ୍ରକ ଉପରକୁ ବସ ମାଡ଼ିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଜାତୀୟ ଗଣମାଧ୍ୟମକୁ ମିଳିଥିବା ସୂତ୍ର ଅନୁସାରେ ଦୁର୍ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି ।
ଦୁର୍ଘଟଣା ସଂପର୍କରେ ସୂଚନା ମିଳିପା ପରେ ପୋଲିସ ଘଟଣାସ୍ଥଳକୁ ପହଂଚି ସ୍ଥାନୀୟ ଲୋକଙ୍କର ସହାୟତରେ ଉଦ୍ଧାର କାମ ଜାରି ରଖିଛି । ଗ୍ରେଟର ନୋଇଡା ରବୁପୁରା ପୋଲିସ କହିଛି ଯାତ୍ରୀବାହୀ ବସ ସକାଳ ୫ଟାରେ ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଇଥିଲା । ଅଧିକ ଖବରକୁ ଅପେକ୍ଷା କରାଯାଇଛି ।