ଆଠଗଡ଼ରେ ନିର୍ବାଚନ ସମନ୍ୱୟ ବୈଠକ

(ବିରୁପାକ୍ଷ ପ୍ରଧାନ)ଆଠଗଡ଼: ଆସନ୍ତା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଆଠଗଡ଼ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏକ ନିର୍ବାଚନ ସମନ୍ୱୟ ବୈଠକ ଉପ-ଜିଲ୍ଲାପାଳଙ୍କ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି ।ନିର୍ବାଚନ ପରିଚାଳନା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଉପଖଣ୍ଡର ସମସ୍ତ ପୋଲିସ ଅଧିକାରୀଙ୍କ ସହିତ ବରିଷ୍ଠ ଅଧିକାରୀ ମାନଙ୍କୁ ସେମାନଙ୍କ ଦାୟିତ୍ୱ ସଂମ୍ପର୍କରେ ସଚେତନ କରାଯାଇଥିଲା ।ନିର୍ବାଚନ ଆଚରଣ ବିଧି ଆଇନ ଲାଗୁ ହୋଇସାରିଥିବାରୁ ଏହାର ପାଳନ ଓ ଦାୟିତ୍ୱକୁ ଗୁରୁତ୍ୱ ସହିତ ବିଚାର କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।