(ରିପୋର୍ଟସ ଟୁଡେ/ ଶୁଭସ୍ମିତା ଦାଶ ) : ସାଧାରଣତଃ ଖରା ଦିନ ଆସିଳେ ସମସ୍ତେ ଖୋଜନ୍ତି ଏସି କୁ । ସବୁଠି ଲାଗିଥାଏ ଏସି ସେ ଘର ହଉ କି ଅଫିସ । ଯଦି ଆପଣ ସାରା ଦିନ କାର୍ୟ୍ୟାଳୟରେ ଏସିରେ ବସିଥାନ୍ତି । ଏହା ସହ ଘରେ ମଧ୍ୟ ଏସିରେ ବସିଥାନ୍ତି ।ଏହା ଦ୍ୱାରା ଆପଣଙ୍କୁ ଗରମ ଳାଗିନଥାଏ ।
ହେଲେ ଜାଣନ୍ତି କି ଏହା ଆପଣଙ୍କ ଶରୀର ପାଇଁ ଅଧିକ ବିପଦପୂର୍ଣ୍ଣ ଅଟେ । ଏହିପରି ଭାବେ ଆମେ ସାରା ରୋଗକୁ ନିମନ୍ତ୍ରଣ କରିଥାଉ । ତେବେ ଜାଣନ୍ତୁ କେଉଁ ସବୁ ରୋଗ ହୋଇଥାଏ ଏହି ଏସିରେ ବସିବା ଦ୍ୱାରା
ମୁଣ୍ଡବିନ୍ଧା ଓ ଥକ୍କାପଣ: ଲଗାତାର ଏସିରେ ବସି କାର୍ୟ୍ୟ କରିବା ଦ୍ୱାରା ଆପଣଙ୍କର ମୁଣ୍ଡବିନ୍ଧା ସମସ୍ୟା ଦେଖାଯାଇଥାଏ । ଏହାସହ ସହନଶକ୍ତ ମଧ୍ୟ କମ ହୋଇଯାଇଥାଏ । ଏହାଦ୍ୱାରା ଆପଣ ଶୀଘ୍ର ହାଲିଆ ଅନୁଭବ କରିଥାଆନ୍ତି ।ଏଥିସହ ଦିନ ସାରା ଏସିରେ ବସି ରହିବା ଦ୍ୱାରା ଆପଣଙ୍କୁ କୌଣସି ଛୋଟ ଛୋଟ ରୋଗ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ ।
ଚର୍ମ ଓ ଆଖି ଉପରେ ପ୍ରଭାବ: ଏସିରେ ବସୁଥିବା ବ୍ୟକ୍ତିଙ୍କ ପାଖରେ ଧିରେ ଧିରେ ଏହି ସମସ୍ୟା ଦେଖାଯାଇଥାଏ । ଏସିରେ ବସିବା ଦ୍ୱାରା ଆଖି ଓ ଚର୍ମ ଉପରେ କୁପ୍ରଭାବ ପଡିଥାଏ । ଏହାସହ ଚର୍ମ ଶୁଷ୍କ ହୋଇଯାଏ ।
ଆଣ୍ଠୁଗଣ୍ଠି ବିନ୍ଧା:
ଏସିରେ କମ ତାପମାନରେ ବସିବା ଦ୍ୱାରା ଥଣ୍ଡା ଲାଗିଥାଏ । କିନ୍ତୁ ଏହା ଆଣ୍ଠୁଗଣ୍ଠି ବିନ୍ଧିବା ସହ କାର୍ୟ୍ୟ କରିବାର କ୍ଷମତା ଧୀରେ ଧୀରେ ହ୍ରାସ ହୋଇଥାଏ ।