( ଆଦର୍ଶ ରାଉତ / ରିପୋର୍ଟସ ଟୁଡ଼େ ) : ଉତ୍କଳ ବିଶ୍ୱବିଦ୍ୟାଳୟର ( ୟୁ .ୟୁ ) ୭ ନଂ ହଷ୍ଟେଲରେ ଥିବା ଅଣଛାତ୍ରଙ୍କୁ ଚିହ୍ନଟ କରି ରବିବାର ଦିନ ବାହାରି କରି ଦିଆଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଙ୍କ ନିର୍ଦ୍ଦେଶ କ୍ରମେ ଶହୀଦ ନଗର ପୋଲିସ ଅଣଛାତ୍ରଙ୍କୁ ବାହାର କରିଥିଲା । ଏନେଇ ଆଜି ସଂନ୍ଧ୍ୟାରେ ବିଶ୍ୱବିଦ୍ୟାଳୟର ହଜାର ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ବାହାରି ବିଶ୍ୱବିଦ୍ୟାଳୟର କଳୁପତି , ଭୁବନେଶ୍ୱର . ଡ଼ି. ସି.ପି ଓ ଶହୀଦ ନଗର ଥାନା ଅଧିକାରୀଙ୍କୁ ଭୋଟି ଧନ୍ୟବାଦ ଜଣାଇଛନ୍ତି । ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ପରିସରରେ ଯେପରି ଶାନ୍ତି ଶୃଙ୍ଖଳା ବଜାୟ ରହିବା ସହ ବିଶ୍ୱବିଦ୍ୟାଳୟରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରବେଶ ଉପରେ ରୋକ ଲଗାଯାଇ ପାରିବ ସେନେଇ ଛାତ୍ରଛାତ୍ରୀମାନେ ଉଭୟ ବିଶ୍ୱବିଦ୍ୟାଳୟ ଓ ପୋଲିସ କର୍ତ୍ତୁପକ୍ଷଙ୍କ ନିକଟରେ ନିବେଦନ କରିଛନ୍ତି ।
ଦୀର୍ଘଦିନ ଧରି ଉତ୍କଳ ବିଶ୍ୱବିଦ୍ୟାଳୟ ୭ ନଂ ହଷ୍ଟେଲରେ କିଛି ଅଣଛାତ୍ର ଏବଂ କିଛି ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲିଟିଥିଲା । ଏନେଇ ବହୁବାର ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ଅଣଛାତ୍ର ଓ ଅସାମାଜିକ ଯୁବକମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ନିଜକୁ ଅସୁରକ୍ଷିତ ମଣୁଥିଲେ । ତେବେ ଏହାକୁ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ ଦୃଢ ପଦକ୍ଷେପ ନେଇଛନ୍ତି । ବିଶ୍ୱବିଦ୍ୟାଳୟ କର୍ତ୍ତୂପକ୍ଷ ଓ କମଇାନରେଟ ପୋଲିସର ମିଳିତ ଚଢାଉରେ ହଷ୍ଟେଲରୁ ଅଣଛାତ୍ରଙ୍କୁ ତଡ଼ା ଯାଇଛି ।