ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି। ଅଭିଯୁକ୍ତ କିରାଣୀ ହେଲେ ପ୍ରସନ୍ନ ସାହାଣୀ। ଅଭିଯୋଗ ଅନୁଯାୟୀ, ଅନୁସୂଚିତ ଜାତି ଜନଜାତି ଜମି ବିକ୍ରି ପାଇଁ ଅନୁମତି ପତ୍ର କରାଇ ଦେବାକୁ ସେ ଲାଞ୍ଚ ମାଗିଥିଲେ। ବିଜୟ କୁମାର ନାଏକଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା। ଏହା ପରେ ଅଭିଯୁକ୍ତଙ୍କ ଏକାଧିକ ସ୍ଥାନରେ ଥିବା ଘର ଉପରେ ମଧ୍ୟ ଭିଜିଲାନ୍ସ ଚଢାଉ ଜାରି ରହିଛି।