ବର୍ଷାରେ ଭିଜୁଛି ସାରା ଓଡିଶା

ଲଘୁଚାପ ସକ୍ରିୟ , ବଢ଼ିଲା ବର୍ଷା । ବର୍ଷାରେ ଭିଜୁଛି ସାରା ଓଡିଶା ।ଏହି ସବୁ ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି ।

ଆଜି ସକାଳୁ ସକାଳୁ ପାଗରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ତେବେ ବଙ୍ଗୋପସାଗର ରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବାରେ ଲାଗିଛି ।ତେବେ ରାଜ୍ୟରେ ଖରା ର ପ୍ରକୋପ ରୁ ସାମାନ୍ୟ ଆଶ୍ବସ୍ତି ପାଇଛନ୍ତି ଜନଜୀବନ ।ବିଭିନ୍ନ ଜିଲ୍ଲାରେ ଆଜି ସକାଳୁ ହାଲୁକା ରୁ ମଧ୍ୟମ ଧରଣର  ବର୍ଷା ଜାରି ରହିଛି ।ମେଘୁଆ ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଜାରି ରହିଛି ।ଦକ୍ଷିଣ ଓଡିଶା ର ବିଭିନ୍ନ ଜିଲ୍ଲା ରେ ବର୍ଷା ଜାରିରହିଛି ।ଆଜି ସକାଳୁ କଳାହାଣ୍ଡି  ଓ କନ୍ଧମାଳ ଜିଲ୍ଲାକୁ ପ୍ରବଳ  ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି ।ସେହିପରି ଆଜି ସକାଳ ରୁ ଆସନ୍ତା କାଲି ସକାଳ ପର୍ଯ୍ୟନ୍ତ କଳାହାଣ୍ଡି , ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ନୂଆପଡା , ବଲାଙ୍ଗୀର , କନ୍ଧମାଳ , ରାୟଗଡା , ଗଜପତି , ମାଲକାନଗିରି ଓ ଗଂଜାମ ଜିଲ୍ଲା ର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏହି ସବୁ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି ।ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଓଡିଶା ଉପକୂଳ ଓ ସଂଲଗ୍ନ ଅଂଚଳରେ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।ସମୁଦ୍ର ଅଶାନ୍ତ ଥିବାରୁ ମାଛ ଧରାଳି ଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।