୫ ହଜାର ଜୋରିମାନା ସହ ୩ ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲା ଦୈାରାଜଜ ତଥା ପୋକ୍ସୋ କୋର୍ଟ ବିଚାରପତି ପ୍ରଜ୍ଞା ପରମିତା ରାଉଳ ଏକ ଅସଦାଚରଣ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ଅଭିଯୁକ୍ତକୁ ହଜାର ଟଙ୍କା ଜୋରିମାନାରେ ଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଭିଯୁକ୍ତ ଅଧିକ ତିନି ମାସ ସଶ୍ରମ କାରାଦଣ୍ଡ ଭୋଗିବେ ବୋଲି ଜଜ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଉଛନ୍ତି ମହାକାଳପଡ଼ା ଥାନା ଅଞ୍ଚଳର ବଙ୍ଗାଳି ମଲିକ(୭୦) ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧ ମସିହା ଜାନୁଆରୀମାସ ୨୨ ତାରିଖରେ ସେହି ଥାନା ଅଞ୍ଚଳର ଜଣେ ୧୧ ବର୍ଷର ନାବାଳିକା ବଙ୍ଗାଳି ମଲ୍ଲିକଙ୍କ ଘରକୁ ଯାଇଥିଲେ। ହେଲେ ସେହି ସମୟରେ କେହି ନଥିବାର ସୁଯୋଗ ନେଇ ବଙ୍ଗାଳି ମଲ୍ଲିକ ନାବାଳିକାଙ୍କ ସହ ଅସଦାଚରଣ କରିଥିଲେ। ନାବାଳିକା ଜଣଙ୍କ ପାଟି କରିବାରୁ ଅଭିଯୁକ୍ତ ତାଙ୍କ ପାଟିକୁ ଏକ ଗାମୁଛାରେ ବାନ୍ଧି ଦେଇଥିଲେ। ଏହାସହ ଘଟଣା ସଂପର୍କରେ କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ତାକୁ ଧମକ ଦେଇଥିଲେ। ଅସଦାଚରଣ କରିବା ପରେ ନାବାଳିକାଙ୍କୁ ଘରୁ ବାହାରକୁ ଫିଙ୍ଗି ଦେଇଥିଲେ। ନେଇ ନାବାଳିକାଙ୍କ ମାମହାକାଳପଡା ଥାନାରେ ଅଭିଯୋଗ କରିଥିଲେ। ସେହି ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ତଦନ୍ତକାରୀ ôଧକାରୀ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ କରିବା ପରେ ମାମଲାର ବିଚାର ଆରମ୍ଭ ହୋଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ରାୟ ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ କୋର୍ଟରେ ସ୍ୱତନ୍ତ୍ର ପିପି ନେହେରୁ ସାହୁ ମାମଲା ପରିଚାଳନା କରୁଥିଲେ।