New Delhi: ଦେଶରେ ପେଟ୍ରୋଲ ଓ ଡିଜେଲ ଯୋଗାଣକୁ ନେଇ ସରକାର ପକ୍ଷରୁ ବଡ ସୂଚନା ଆସିଛି। ବିଭାଗୀୟ ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି ଯେ ଦେଶରେ ପ୍ରାୟ ୨ ମାସ ପାଇଁ ପର୍ଯ୍ୟାପ୍ତ ଅଶୋଧିତ ତୈଳ ମଜୁତ ରହିଛି। ଏହା ସହ ସରକାର ପୂର୍ବରୁ ସମସ୍ତ ପ୍ରସ୍ତୁତି ସାରିଥିବାରୁ ଆଗାମୀ ଦିନରେ ଯୋଗାଣରେ କୌଣସି ସମସ୍ୟା ହେବ ନାହିଁ ବୋଲି ସେ କହିଛନ୍ତି।
ସୁଜାତା ଶର୍ମାଙ୍କ କହିବା ଅନୁସାରେ, ଦେଶର ସମସ୍ତ ରିଫାଇନେରୀ ବର୍ତ୍ତମାନ ପୂର୍ଣ୍ଣ କ୍ଷମତାରେ ଚାଲୁଛି, ଯାହା ଦ୍ୱାରା ପେଟ୍ରୋଲ ଓ ଡିଜେଲ ଉତ୍ପାଦନ ନିରବିଘ୍ନ ଭାବେ ଚାଲିଛି। ଏହି ସମୟରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମରେ ବ୍ୟାପକ ବୃଦ୍ଧି ଦେଖାଯାଇଛି। ୨ ମାସ ପୂର୍ବରୁ ପ୍ରତି ବ୍ୟାରେଲ ୭୦ ଡଲାର ଥିବା ତୈଳ ଦାମ ବର୍ତ୍ତମାନ ପ୍ରାୟ ୧୦୦ ଡଲାର ଛୁଇଁଛି। ତଥାପି ଏହାର ପ୍ରଭାବ ଦେଶୀୟ ବଜାରରେ ପଡ଼ିନାହିଁ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୨୦୨୨ ଏପ୍ରିଲ ୬ ତାରିଖ ପରଠାରୁ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିନାହିଁ। ତା ସହିତ ୨୦୨୪ ମାର୍ଚ୍ଚ ମାସରେ ସରକାର ପକ୍ଷରୁ ପ୍ରତି ଲିଟର ପିଛା ୨ ଟଙ୍କା କମିଥିଲା। ସରକାରଙ୍କ ପକ୍ଷରୁ ନିୟନ୍ତ୍ରଣ ଓ ପରିଚାଳନା ଠିକ୍ ଭାବେ ହେଉଥିବାରୁ ବର୍ତ୍ତମାନ ପରିସ୍ଥିତିରେ ସାଧାରଣ ଉପଭୋକ୍ତାଙ୍କୁ ଦାମ ବୃଦ୍ଧିର ଭାର ବହନ କରିବାକୁ ପଡ଼ୁନାହିଁ।